EnewsOdia.Com

କରୋନା ସଂକ୍ରମଣର ଭୟ ଥିବାରୁ ସ୍ଥଗିତ ହେଲା ଆଇଫା ଆୱାର୍ଡ ୨୦୨୦

କରୋନାଭାଇରସ୍ ସଂକ୍ରମଣ ଏବଂ ଆଇଫାର ପ୍ରଶଂସକ ତଥା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଇଫାର ଆୟୋଜକମାନେ ତିନି ଦିନିଆ ଉତ୍ସବକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଇଭେଣ୍ଟଟି ମାର୍ଚ୍ଚ ମାସ ଶେଷରେ ହେବାକୁ ଥିଲା।  ଆଇଫା ୱିକେଣ୍ଡ୍ ମାର୍ଚ୍ଚ ୨୭ରେ ଆରମ୍ଭ ହୋଇ ରବିବାର ମାର୍ଚ୍ଚ ୨୯ରେ ଶେଷ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। ଯାହାକୁ ଏବେ ସ୍ଥଗିତ ରଖାଯାଇଛି। ମଧ୍ୟପ୍ରଦେଶରେ ଆଇଫା ପୁରସ୍କାର ଆୟୋଜନ ପାଇଁ ନୂଆ ତାରିଖ ଏବଂ ଯୋଜନା ଶୀଘ୍ର ଘୋଷଣା କରାଯିବ। ସାରା ବିଶ୍ବରୁ ଏହି ଇଭେଣ୍ଟରେ ଯୋଗ ଦେବାକୁ ଆସୁଥିବା ଲୋକମାନଙ୍କ ସୁରକ୍ଷାକୁ ନିଶ୍ଚିତ କରାଯିବା ପରେ ଯାଇ ଏହି ଇଭେଣ୍ଟର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ତେବେ କରୋନା ଭୟକୁ ନେଇ ବଡ଼ ବଡ଼ କାର୍ଯ୍ୟକ୍ରମକୁ ବାତିଲ କରାଯାଉଥିବା ବେଳେ ଅଭିନେତା-ଅଭିନେତ୍ରୀମାନେ ମଧ୍ୟ ନିଜର ବିଦେଶ ଯାତ୍ରାକୁ ବାତିଲ କରୁଥିବା ଦେଖାଯାଇଛି। ଅଭିନେତା ସଲାମାନ ଖାନ୍ ଥାଇଲାଣ୍ଡରେ ହେବାକୁ ଥିବା ଫିଲ୍ମ ‘ରାଧେ’ର ସୁଟିଂକୁ ବାତିଲ କରିଥିବା ବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ୟାରିସ୍ ଯାତ୍ରାକୁ ବାତିଲ କରିଛନ୍ତି। ପ୍ୟାରିସ୍ ଯାଇ ସେ ପ୍ୟାରିସ୍ ଫ୍ୟାଶନ ଉଇକରେ ଯୋଗ ଦେବାର ଥିଲା ବୋଲି ଜଣା ପଡ଼ିଛି।

ପଢନ୍ତୁ: ୫ଟି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

ସମ୍ବନ୍ଧିତ ଖବର

ମାଟ୍ରିକ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା

Ratnamani Maharana

ଆଜିଠୁ ଖଣ୍ଡଗିରିରେ ଯାତ୍ରା ମହାସମର

Ratnamani Maharana

ବାହାରକୁ ଗାଈ ଛାଡ଼ୁଥିଲେ ସାବଧାନ, ରାସ୍ତାରୁ ଗାଈ ଧରାପଡ଼ିଲେ ୫ ହଜାର ଫାଇନ୍‌

Ratnamani Maharana

ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମର କାହାଣୀ ଶୁଣାଇଲେ ମୋଦି

Ratnamani Maharana

ମୁମ୍ବାଇରେ ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

Ratnamani Maharana

ପ୍ରି-ୱେଡିଙ୍ଗ ଫଟୋସୁଟ୍ ଉପରେ ଲାଗିଲା ପ୍ରତିବନ୍ଧକ

Ratnamani Maharana