• Home
  • News
  • ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରାଙ୍କିଙ୍ଗ:ଆଇଆଇଏସସି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ
News

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରାଙ୍କିଙ୍ଗ:ଆଇଆଇଏସସି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁୟୁଟ ଅଫ ସାଇନ୍ସ(ଆଇଆଇଏସସି) ଦେଶର ଶ୍ରେଷ୍ଠ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମଙ୍ଗଳବାର ଏନଆଇଆରଏଫ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ରାଙ୍କିଙ୍ଗ-୨୦୧୮ର ତୃତୀୟ ସଂସ୍କରଣ ଜାରି କରିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ସାରା ଦେଶର ଶିକ୍ଷାନୁଷ୍ଠାନର ମାନ୍ୟତା ଜାରି କରିଛନ୍ତି।

ଇନଷ୍ଟିଚ୍ୟୁୟୁଟ ଅଫ ଟେକ୍ନୋଲୋଜି(ଆଇଆଇଟି), ମଦ୍ରାସ ସର୍ବଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଓ ଆଇଆଇଏମ, ଅହମଦାବାଦକୁ ସର୍ବଶ୍ରେଷ୍ଠ ପ୍ରବନ୍ଧନ ସଂସ୍ଥାନ ରୂପେ ଚୟନ ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରୁ ଏହା ଜଣାଯାଇଛି। ୯ଟି ବର୍ଗକୁ ନେଇ ଏନଆଇଆରଏଫ ପକ୍ଷରୁ ଏହା ସର୍ଭେ କରାଯାଇଥିଲା।

ଟପ୍-୫ରେ ଥିବା ବିଶ୍ୱବିଦ୍ୟାଳୟ ହେଉଛି-

୧- ଆଇଆଇସିସି ବେଙ୍ଗାଲୁରୁ ୨- ଆଇଆଇଟି ମାଡ୍ରାସ ୩-ଆଇଆଇଟି ବମ୍ବେ ୪-ଆଇଆଇଟି ଦିଲ୍ଲୀ ୫-ଆଇଆଇଟି ଖଡଗପୁର

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ରାଙ୍କିଙ୍ଗ:ଆଇଆଇଏସସି ଦେଶର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ iisc

ପଢନ୍ତୁ; ଓଡ଼ିଆରେ ରାଜ୍ୟସଭାରେ ଶପଥ ପାଠ କଲେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ!

Related posts

ଚିକିତ୍ସା ପାଇଁ ପୁଣି ଆମେରିକା ଯିବେ ପାରିକର

Krishna Kumar Manoj

ସି-ସୋର ଚିଟଫଣ୍ଡ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଙ୍କୁ ସିବିଆଇ ଜେରା

Krishna Kumar Manoj

ଟୁଇଟର୍‌ ଭିଡିଓ ମାଧ୍ୟମରେ ସ୍ୱାମୀଙ୍କ କବଳରୁ ରକ୍ଷା କରିବାକୁ ମହିଳାଙ୍କ ଆକୁଳ ନିବେଦନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More