ସାମ୍ବାଦିକଙ୍କ ଉପରେ କ’ଣ ପାଇଁ ରାଗିଲେ ଇଲିଆନା ଜାଣନ୍ତୁ

‘ରେଡ’ଫିଲ୍ମର ପ୍ରମୋସନ ସମୟରେ ରାଗିଲେ ସାମ୍ବାଦିକଙ୍କ ଉପରେ

ଇଲିଆନା ଡିକ୍ରୁଜ ଏବେ ତାଙ୍କର ଅପକମିଂ ସିନେମା ‘ରେଡ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅଜୟ ଦେବଗନ ଇଲିଆନାଙ୍କ ଅଭିନୀତ ଫିଲ୍ମ ‘ରେଡ’ ୧୬ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଅଛି । ତେଣୁ ଏବେ ଦୁହେଁ ଫିଲ୍ମର ପ୍ରମୋସନକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି ।

ନିକଟରେ ସେ ତାଙ୍କ ଫିଲ୍ମର ଟିମ୍‌ ସହିତ ‘ରେଡ୍‌’ର ପ୍ରମୋସନ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ଯାହାଫଳରେ ଇଲିଆନା ଖୁବ ରାଗି ଯାଇଥିଲେ । ସେଠାରେ ଉପସ୍ଥିତ ଜଣେ ସାମ୍ବାଦିକ ସମସ୍ତଙ୍କର ପରିଚୟ କରାଇଥିଲେ । ଯେଉଁଠି ଅଜୟ ଦେବଗନଙ୍କୁ ସୁପରଷ୍ଟାର କୁହାଯାଇଥିଲା ସେଠାରେ ଇଲିଆନାଙ୍କୁ ଷ୍ଟାର ତ ଦୂର କଥା ତାଙ୍କ ସରନେମ ମଧ୍ୟ ଭୂଲ କୁହାଯାଇଥିଲା ।

ଇଲିଆନା ଡିକ୍ରୁଜଙ୍କୁ ଇଲିଆନା ଡିସୁଜା ନାଆଁରେ ପରିଚିତ କରାଇଥିଲେ । ଏହା ଥରେ ନୁହେଁ ତିନି ତିନି ଥର ହେଲା । ଏହା ଥରେ ନୁହେଁ ବାରମ୍ବାର ବାରମ୍ବାର କହିଥିଲେ । ସାମ୍ବାଦିକ ଜଣକ ଇଲିଆନା ଡିକ୍ରୁଜକୁ ଡିସୁଜା ବୋଲି ପରିଚୟ ଦେଇଥିବାରୁ ଇଲିଆନା ରାଗି ଯାଇଥିଲେ ।

ସାମ୍ବାଦିକ ଜଣକ ବାରମ୍ବାର ଏଭଳି କହିବାରୁ ଇଲିଆନା ରାଗି କହିଲେ କି ଘରେ ଯାଇ ପ୍ରଥମେ ହୋମୱାର୍କ କରି ଆସିବା ଉଚିତ । କାହାର ନାଆଁ କ’ଣ ଆଉ ଆପଣ କହୁଛନ୍ତି କ’ଣ ? କାହାର ନାଁ କୁ ଏପରି ମିଶାଇ କହିବା ଦ୍ୱାରା ସାମ୍ନା ଲୋକଙ୍କୁ ଖରାପ ଅନୁଭବ ହୋଇଥାଏ ।

ରାଜକୁମାର ଗୁପ୍ତା ‘ରେଡ’ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ସେ ପୂର୍ବରୁ ‘ନୋ ୱାନ କିଲ୍ଡ ଜେସିକା’ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହା ପ୍ରଥମ ଫିଲ୍ମ ଯାହା ଇନକମ ଟ୍ୟାକ୍ସ ପରେ ଆଧାରିତ ଅଟେ । ଫିଲ୍ମ କାହାଣୀ ୧୯୮୦ମସିହାର ହୋଇଥିବା ହାଇ ପ୍ରୋଫାଇଲ ଇନକମ ଟ୍ୟାକ୍ସ ରେଡ ସହ ଜଡିତ । ଏହି ଫିଲ୍ମ ୧୬ମାର୍ଚ୍ଚ ୨୦୧୮ରେ ରିଲିଜ ହେବ ।

ପଢନ୍ତୁ ;

ଓଜନ କମ୍‌ ପାଇଁ ଡାଏଟିଂ କରୁଛନ୍ତି କି ? ଏହା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ

ନିକଟରେ ସେ ତାଙ୍କ ଫିଲ୍ମର ଟିମ୍‌ ସହିତ ‘ରେଡ୍‌’ର ପ୍ରମୋସନ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା ଯାହାଫଳରେ ଇଲିଆନା ଖୁବ ରାଗି ଯାଇଥିଲେ - 4.5

90%

ଇଲିଆନା ଡିକ୍ରୁଜଙ୍କୁ ଇଲିଆନା ଡିସୁଜା ନାଆଁରେ ପରିଚିତ କରାଇଥିଲେ - 4.6

92%
4.6/5

Excellent!

ସାମ୍ବାଦିକଙ୍କ ଉପରେ କ'ଣ ପାଇଁ ରାଗିଲେ ଇଲିଆନା ଜାଣନ୍ତୁ

ଇଲିଆନା ଡିକ୍ରୁଜ ଏବେ ତାଙ୍କର ଅପକମିଂ ସିନେମା ‘ରେଡ୍‌’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଅଜୟ ଦେବଗନ ଇଲିଆନାଙ୍କ ଅଭିନୀତ ଫିଲ୍ମ ‘ରେଡ’ ୧୬ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଅଛି । ତେଣୁ ଏବେ ଦୁହେଁ ଫିଲ୍ମର ପ୍ରମୋସନକୁ ନେଇ ଅତ୍ୟନ୍ତ ବ୍ୟସ୍ତ ରହୁଛନ୍ତି । 

No Votes Yet

You're not rated yet