18 C
Bhubaneswar
January 17, 2021
EnewsOdia.Com
ନ୍ୟୁଜ୍

ଭୁବନେଶ୍ବର ୟୁନିଟ-୨ରେ ଭଙ୍ଗା ହେଲା ୮୮ ଦୋକାନ

ୟୁନିଟ-୨ରେ ବିଭିନ୍ନ ସରକାରୀ କ୍ବାର୍ଟର୍ସ ସମ୍ମୁଖରେ ବେଆଇନ ଭାବେ ଗଢ଼ି ଉଠିଥିବା ବାଉଁଶ-ଜରି ପାଲ ଦୋକାନ ଏବଂ କ୍ୟାବିନକୁ ଆଜି ମିଳିତ ଉଚ୍ଛେଦକାରୀ ଟିମ୍ ଭାଙ୍ଗିଛି। ୱାର୍ଡ ୪୦ର କ୍ବାର୍ଟର୍ସ ନଂ ଭିଏ-୧୦/୧ ସମ୍ମୁଖ ଯଥା ମାର୍କେଟ୍ ବିଲଡିଂ ନିକଟରୁ ଜନପଥକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ଥିବା ୮୮ଟି କ୍ୟାବିନକୁ ଉଚ୍ଛେଦ କରାଯାଇଥିଲା। ଏଥିପାଇଁ ଦୁଇଟି ଏସ୍କାଭେଟର ବ୍ୟବହାର ହୋଇଥିଲା।

ସାଧାରଣ ପ୍ରଶାସନ ବିଭାଗ ଏବଂ ବିଏମ୍‌ସିର ନିର୍ଦ୍ଦେଶକ୍ରମେ ଏହି ଉଚ୍ଛେଦ ହୋଇଥିଲା। ଏହି ରାସ୍ତାରେ ଦୀର୍ଘ ବର୍ଷ ହେଲା ଦୋକାନଗୁଡ଼ିକ ବେଆଇନ ଭାବେ ଘର ସମ୍ମୁଖ‌େର ରାସ୍ତାକୁ ମାଡ଼ି ବ୍ୟବସାୟ କରୁଥିବାରୁ କ୍ବାର୍ଟର୍ସରେ ରହୁଥିବା ଲୋକମାନେ ଘରୁ ବାହାରିବା କ‌ଷ୍ଟକର ହୋଇପଡ଼ୁଥିଲା। ଏନେଇ ସ୍ଥାନୀୟ ଲୋକ ବିଏମ୍‌ସି ଓ ସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ଆଜି ଉଚ୍ଛେଦ ହୋଇଛି । ଏହାପରେ ୟୁନିଟ-୨ ମାର୍କେଟର କେଶରୀ ମଲ୍‌ ପାର୍ଶ୍ବରେ କେବେ ଉଚ୍ଛେଦ ହେବ ତାହାକୁ ସ୍ଥାନୀୟ ଲୋକ ଅପେକ୍ଷା କରିଛନ୍ତି।

ପଢନ୍ତୁ: ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Related posts

ବାଇକ୍‌ ପଛରେ ବସିଲେ ବି ପିନ୍ଧିବାକୁ ପଡ଼ିବ ହେଲମେଟ

Ratnamani Maharana

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦୋନ୍ନତି ଅଦାଲତ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More