News

ବାଣୀବିହାର କ୍ୟାମ୍ପସରେ ପୋଲିସର ଜୋରଦାର ଚଢାଉ

non student evict from hostel

ବାରମ୍ବାର ଆକ୍ରମଣ ପରେ ପୋଲିସର ପସିଲା ଚେତା ହଠାତ ବାଣୀବିହାର କ୍ୟାମ୍ପସରେ ଚଢାଉ କରି ଅଣଛାତ୍ରଙ୍କୁ ବାହାର କଲା……..

କାଲି ମଧ୍ୟାହ୍ନ ୧୨ ଟାରେ ବାଣୀବିହାର  କ୍ୟାମ୍ପସରେ ହୋଇଥିଲା ଅଚାନକ ଚଢାଉ। ବାଣୀବିହାର କ୍ୟାମ୍ପସ ୭ ନମ୍ବର ହଷ୍ଟେଲ  ରେ ପ୍ରାୟ ୪ ଘଣ୍ଟା ଧରି କ୍ୟାମ୍ପସରେ ପୁଲିସର ଚାଲିଥିଲା ମାରଥନ  ଚଢାଉ। ଅଣଛାତ୍ରଙ୍କ ବାସସ୍ଥଳୀ ପାଲଟି ଥିବା ବାଣୀବିହାର କ୍ୟାମ୍ପସରେ ଆଡ୍ଡା ଜମେଇଥିଲେ ଓଲା, ଉବେର ଓ କିଛି ଅଟୋ ଡ୍ରାଇଭର। ଛାତ୍ରାବାସରୁ ପ୍ରାୟ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍ ଜବତ କରାଯିବା ସହ ଏଠାରେ ରହୁଥିବା ୪୫୦ ଅଣଛାତ୍ରଙ୍କୁ ବାହାର କରିଦିଆଯାଇଛି।

banibihar campus
non student evict

ଛାତ୍ରାବାସରୁ ପ୍ରାୟ ୫୦୦ରୁ ଅଧିକ ମଦ ବୋତଲ, ଜୁଆ ଖେଳିବା ସାମଗ୍ରୀ, ଚରସ, ଗଞ୍ଜେଇ, ସିଗାରେଟ୍ ଜବତ କରାଯିବା ସହ ଏଠାରେ ରହୁଥିବା ୪୫୦ ଅଣଛାତ୍ରଙ୍କୁ  ବାହାର କରିଦିଆଯାଇଛି।  ଦୀର୍ଘ ଅଢ଼େଇ ବର୍ଷ ତଳେ ୭ ନମ୍ବର ହଷ୍ଟେଲ ଉଦ୍ଘାଟନ ହେବା ପରେ ଏହି ଛାତ୍ରାବାସକୁ ଅଣଛାତ୍ରମାନେ ନିଜ କବ୍ଜାକୁ ନେଇଥିଲେ। ତେବେ ଏହି ସବୁ କଥା ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଥିଲା। ହେଲେ ସେମାନଙ୍କୁ ହଟାଇବାକୁ ସାହସ ଜୁଟାଇ ପାରୁ ନଥିଲେ। ହଷ୍ଟେଲ ଭିତରେ ଥିବା ଡାଇନିଂରେ ୧୨୦ଟି ଖାଲି ସିଗାରେଟ୍ ପ୍ୟାକେଟ୍ ଖୋଳ, ୧୫ଟି ସିଗାରେଟ୍ ଭର୍ତ୍ତି ପ୍ୟାକେଟ୍, ଘର ବାହାରୁ ୫ଟି କଣ୍ଡମ୍ ପ୍ୟାକେଟ୍, ଗୋଟିଏ ହୁକା ଓ ଚରସ ପ୍ୟାକେଟ୍ ଜବତ ହୋଇଛି। ଯାଞ୍ଚ ବେଳେ ଜଣେ ବି ହେଲେ ଛାତ୍ରଙ୍କୁ ଦେଖିବାକୁ ମିଳି ନଥିଲା। ଯେଉଁମାନେ ରହୁଥିଲେ ସମସ୍ତେ ଅଣଛାତ୍ର। ସହିଦନଗର ଥାନା ଭଙ୍ଗାରୁଜା  ଘଟଣାରେ ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀ  ଶନିବାର ଗିରଫ ହେବା ପରେ ଛାତ୍ରାବାସରେ ଏହି ଚଢାଉକୁ ନେଇ ଏବେ କ୍ୟାମ୍ପସରେ ଚର୍ଚ୍ଚା ହେଉଛି ଯେ ପ୍ରକାଶ ଓ ତାଙ୍କ ସମର୍ଥକମାନେ ଏହି ହଷ୍ଟେଲରେ ଆଡ଼ା ଜମାଉଥିଲେ।

ପଢନ୍ତୁ: ବିଜେଡ଼ିର ମାଷ୍ଟର ଷ୍ଟ୍ରୋକ: ଲୋକସଭାକୁ ଦେବ ୩୩% ମହିଳା ପାର୍ଥୀ

Related posts

ସମସ୍ତ ଟ୍ରେନରେ ଅକ୍ସିଜେନ ସିଲିଣ୍ଡର ରଖିବା ବାଧ୍ୟତାମୂଳକ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଦୁନିଆର ସବୁଠୁ ଛୋଟ ଏସି, ଫୋନ୍‌ଠାରୁ ବି ଛୋଟ

Ratnamani Moharana

ଆଜି ମାର୍ଚ୍ଚ ୮ ବିଶ୍ଵ ମହିଳା ଦିବସ

Ratnamani Moharana

Leave a Comment