News

୫ଟି ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରିକଲା ପାଣିପାଗ ବିଭାଗ

Untitled 1

ଆଜି ରାଜ୍ୟର ୫ଟି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ। ଏଥିପାଇଁ ଅପରାହ୍ଣ ୧ଟା ଯାଏ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।

ଅନ୍ୟପକ୍ଷରେ ଦୁଇ ଦିନର କୋହଲା ପାଗ ପରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ପ୍ରଚଣନ୍ତ ଖରା   ସହ ଗୁଳୁଗୁଳି ହୋଇଥିଲା। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା। ୪୩.୬ ଡିଗ୍ରୀ ସେଲସିୟସ୍ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ଥିଲା। ହୀରାକୁଦରେ ତାପମାତ୍ରା ୪୩. ୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ରେ ୪୨.୬, ଅନୁଗୋଳରେ ୪୦.୪, ସୋନପୁରରେ ୪୦.୮, ମାଲକାନଗିରିରେ ୪୧, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୨ ଓ ଝାରସୁଗୁଡ଼ାରେ ୪୨. ୨ ଡିଗ୍ରୀ ରହିଥିଲା।
ପଢନ୍ତୁ: ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ ଉଡ଼ାଣ ଅନୁମତି ମାଗିଲା ଭାରତ

Related posts

୩୬୦ ଭାରତୀୟ ମତ୍ସଜୀବୀ କଏଦୀଙ୍କୁ ମୁକ୍ତ କରିବ ପାକିସ୍ତାନ

Ratnamani Moharana

‘ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ଭିଲାଇ ଷ୍ଟିଲପ୍ଲାଂଟରେ ବିସ୍ଫୋରଣ,୮ ମୃତ

ENO Beuro

Leave a Comment