ଏହି ରାଜ୍ୟ ଗୁଡ଼ିକରେ ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି
ମାଡି ଆସୁଛି ଝଡତୋଫାନ । ଓଡିଶା ସମେତ ୧୪ଟି ରାଜ୍ୟରେ ଝଡବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଉତ୍ତରଭାରତରେ ଏବେବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସବୁ ରାଜ୍ୟରେ ଘଡଘଡି, କୁଆପଥର ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରର କିଛି ଅଂଚଳ, ଗୋଆ, ତାମିଲନାଡ଼ୁ, ତେଲେଙ୍ଗାନା, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି । ଏହି ରାଜ୍ୟ ଗୁଡ଼ିକରେ ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି ।
ସେହିପରି ଆଣ୍ଡାମାନ ନିକୋବର, ଆସାମ, ମେଘାଳୟ,ନାଗାଲାଣ୍ଡ. ମଣିପୁର, ମିଜୋରାମ, ତ୍ରିପୁରା, ତେଲେଙ୍ଗାନା, ଆନ୍ଧ୍ର ଓ କେରଳ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପଢନ୍ତୁ ;
କଂଗ୍ରେସ କର୍ମୀଙ୍କ ଦାଦାଗିରି : ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ, ମଧୁପାଟଣା ଥାନାରେ ଏତଲା !