News

ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ : ଏ ବର୍ଷ ସ୍ୱାଭାବିକ ବର୍ଷା

ମେ’ ମାସରେ ଅଧିକ ବର୍ଷା ହୋଇପାରେ

ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ଏବର୍ଷ ପ୍ରାକ୍‌ ମୌସୁମୀ ବର୍ଷା ଭଲ ହେବ । ଠିକ୍‌ ସମୟରେ ଆସି ପହଞ୍ଚିବ ମୌସୁମୀ, ବିଳମ୍ବର ସମ୍ଭାବନା କ୍ଷୀଣ। ମେ’ ଶେଷ ସପ୍ତାହ ସୁଦ୍ଧା କିମ୍ବା ଜୁନ୍‌ ପ୍ରଥମ ସପ୍ତାହରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି । କେବଳ ସେତିକି ନୁହେଁ, ଚାରିମାସ ଅର୍ଥାତ୍‌ ଜୁନ୍‌ରୁ ସେପ୍‌ଟେମ୍ବର ଯାଏ ଭଲ ବର୍ଷିବ ।

ସାଧାରଣତଃ ୯୬% ବା ଏହାଠାରୁ ୫% ଅଧିକ ବର୍ଷା ହେଲେ ଏହାକୁ ସ୍ୱାଭାବିକ ମୌସୁମୀ ଭାବେ ବିବେଚନା କରାଯାଏ । ୧୦୪%ରୁ ଅଧିକ ହେଲେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ବୋଲି ବିବେଚନା କରାଯାଏ । ଏଥର ୯୭% ବର୍ଷା ହେବ ବୋଲି ଆକଳନ କରାଯାଉଛି । ଏଥିରେ ୫ ପ୍ରତିଶତ ଲେଖାଏଁ ଅଧିକ କିମ୍ବା କମ୍‌ ହୋଇପାରେ । ପୂର୍ବାନୁମାନର ପାଖାପାଖି ୪୨% ସୂଚାଉଛି ଯେ ସାଧାରଣ ବର୍ଷା ହେବା ଓ ୧୨% ସାଧାରଣ ଠାରୁ ଅଧିକ ବର୍ଷା ହୋଇପାରେ ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ପାଣିପାଗ ବିଶାରଦ ତଥା କୁଳପତି ପ୍ରଫେସର୍‌ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି ଯେ ଏବର୍ଷ ସ୍ୱାଭାବିକ ସମୟ (ଜୁନ୍‌ ୧୦ ତାରିଖ) ବେଳକୁ ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭାବନା ଅଧିକ । ଜୁନ୍‌ ଠାରୁ ସେପ୍‌ଟେମ୍ବର ମଧ୍ୟରେ ବର୍ଷା ପରିମାଣ ମଧ୍ୟ ସ୍ୱାଭାବିକ ହେବ । ଜୁନ୍‌ ମାସରେ ଟିକିଏ ଅଧିକ ବର୍ଷା ହୋଇପାରେ । ସେହିଭଳି ପ୍ରାକ୍‌ ମୌସୁମୀ ଅର୍ଥାତ୍‌ ମେ’ ମାସରେ ଅଧିକ ବର୍ଷା ହୋଇପାରେ । ଏଣୁ ଚାଷ ଆରମ୍ଭ କରିବା ପାଇଁ କୌଣସି ସମସ୍ୟା ନାହିଁ ।

ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ : ଏ ବର୍ଷ ସ୍ୱାଭାବିକ ବର୍ଷା baris

ପଢନ୍ତୁ ;

ଘରେ କିପରି ପ୍ରସ୍ତୁତ କରିବେ ରସାବଳୀ ଜାଣନ୍ତୁ ?

Related posts

ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !

ENO Beuro

ମାନବିକତା ଶୂନ୍ୟ ହେଲା ମଣିଷ , ସାହାଯ୍ୟ କରିବାକୁ ମନାକଲେ ଗ୍ରାମବାସୀ

ENO Beuro

ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ,୮୫ ଆହତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More