News

ଗୁଜରାଟରେ ବିଭୀଷିକା ରଚିବ ବାତ୍ୟା ‘ବାୟୁ’

Untitled 1

ପୋରବନ୍ଦର ଓ ମହୁଆ ଦେଇ କରିବ ଅତିକ୍ରମ

ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ‘ବାୟୁ’ ଆସନ୍ତାକାଲି ଗୁଜରାଟ ଉପକୂଳ ଛୁଇଁବ । ପୋର ବନ୍ଦର ଓ ମାହୁଭା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହି ସାମୁଦ୍ରିକ ଝଡ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅଧିକ ଭୟଙ୍କର ହେବାର ଆଶଙ୍କା ରହିଛି। ‘ବାୟୁ’ ଗୁଜରାଟ ଉପକୂଳ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିମି  ରହିବ। ଏହାର ପ୍ରଭାବରେ ସୌରାଷ୍ଟ୍ର ଓ କଚ୍ଛ ଉପକୂଳରେ ୧୩ ଓ ୧୪ ତାରିଖ ଦୁଇଦିନ ଧରି ବର୍ଷା ଓ ପବନ ଲାଗି ରହିବ।

ଏହି ସାମୁଦ୍ରିକ ଝଡକୁ ନେଇ ଗୁଜରାଟ ସରକାର ହାଇ ଆଲର୍ଟ  ଜାରି କରିଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ଦେଖି ବାୟୁସେନା, କୋଷ୍ଟଗାର୍ଡ, ଏନ୍‌ଡିଆର୍‌ଏଫ୍‌ ଏବଂ ଏସଡିଆରଏଫ୍‌କୁ ସଜାଗ ରଖାଯାଇଛି। ପରିସ୍ଥିତିକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହ  ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସମସ୍ତ ଅଫିସରମାନଙ୍କ ଛୁଟି ବାତିଲ କରି ଦିଆଯାଇଥିବା ବେଳେ ଯେଉଁ ୧୦ଟି ଜିଲ୍ଲାରେ ଏହି ବାତ୍ୟାର ପ୍ରଭାବ ପଡ଼ିବ ବୋଲି କୁହାଯାଉଛି ସେଠାରେ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ୍‌ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।

Vayu 1 750x430
Vayu 1 750×430

ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗୁଜୁରାଟର ଅଧିକାରୀ ମାନେ ଓଡ଼ିଶା ମଡେଲକୁ ଅନୁସରଣ କରୁଛନ୍ତି । ଗତ ମେ’ମାସ 3 ତାରିଖରେ ଆସିଥିବା ବାତ୍ୟା ‘ଫୋନି’ ସମୟରେ ଯେଭଳି ଭାବେ ଓଡ଼ିଶାରେ ମୁକାବିଲା କରାଯାଇଥିଲା, ସେହିଭଳି ପଦକ୍ଷେପ ନେଉଛି ଗୁଜୁରାଟ  ।

ପଢନ୍ତୁ: ଆସୁଛି ବର୍ଷା ଋତୁ, ବଢିପାରେ ଓଲା-ଉବେର ଭଡା !

Related posts

ଆଜି ବି ୧୩ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ENO Beuro

ଜେଲ୍‌ରୁ ବାହାରି ଚାଷ କରିବାକୁ ଚାହୁଁଛି ଗୁରମିତ ରାମ ରହିମ

Ratnamani Moharana

ପରଲୋକରେ ରାଜ କପୁରଙ୍କ ପତ୍ନୀ କୃଷ୍ଣା ରାଜ କପୁର

ENO Beuro

Leave a Comment