30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ରାଜନୀତି

ତାଲିବାନକୁ ଆର୍ଥିକ ସହାୟତା ବନ୍ଦ କଲା ଆଇଏମ୍‌ଏଫ୍‌

ତାଲିବାନକୁ ଲାଗିଲା ଶକ୍ତ ଝଟ୍‌କା। ଆଫଗାନିସ୍ତାନକୁ ଦଖଲ କରିବା ପରେ ମଧ୍ୟ ତାଲିବାନ ପାଇଁ ଚାରିଆଡୁ ସଙ୍କଟ ଘନେଇବାରେ ଲାଗିଛି। ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି, ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ ହୋଇ ରହିବ। ଆମେରିକା ପରେ ଏବେ ଆଇଏମ୍‌ଏଫ୍‌ ବା ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବା ଉପରେ ରୋକ୍‌ ଲଗାଇଛି। ଆଇଏମଏଫ ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ କରିଥିବା ନେଇ ଘୋଷଣା କରିଛି।  ଏବେ ୪୬୦ ମିଳିୟନ ଆମେରିକୀୟ ଡଲାର ଅର୍ଥାତ ୪୬ କୋଟି ଡଲାର ଟଙ୍କାର ଜରୁରୀକାଳୀନ ବ୍ୟବହାର ଉପରେ ରୋକ ଲଗାଇଛି ଆଇଏମ୍ଏଫ୍। ଆଇଏମଏଫର ପ୍ରବକ୍ତା ଗେରି ରାଇସ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଟ୍ୱିଟରେ କହିଛନ୍ତି, ‘ଯାହା ସବୁବେଳେ ହୋଇଥାଏ, ତାହା ଏବେ ହୋଇଛି , ଆଇଏମଏଫ ସବୁବେଳେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ବିଚାର ମୁତାବକ ପରିଚାଳିତ ହୋଇଥାଏ।’

ସେ ଆହୁରି କହିଛନ୍ତି,  ଏହି ସମୟରେ ଆଫଗାନିସ୍ତାନର ସରକାର ବାବଦରେ ଅର୍ନ୍ତରାଷ୍ଟ୍ରୀୟ ସମୁଦାୟର ସ୍ପଷ୍ଟତା କମ ରହିଛି। ଏହାର ପରିଣାମ ସ୍ୱରୂପ ଏହି ଦେଶକୁ ଏସଡିଆର କିମ୍ବା ଆଇଏମଏଫ ତରଫରୁ ପୂର୍ବରୁ ମିଳୁଥିବା ଆର୍ଥିକ ସହାୟତା ବନ୍ଦ ହେବାକୁ ଯାଉଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆମେରିକା ସରକାରଙ୍କ ଚାପ ପରେ ଆଇଏମଏଫ ଏଭଳି ନିଷ୍ପତ୍ତି ନେଇଛି। ତାଲିବାନ ନିକଟକୁ କିପରି ଆଇଏମ୍ଏଫ୍ ଭଣ୍ଡାର ପହଞ୍ଚିବନି,  ସେନେଇ ଏପରି ନିଷ୍ପତ୍ତି ନିଆଯାଇଛି। ଏହା ପୂର୍ବରୁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ କହିଥିଲେ କି ତାଲିବାନ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ତାଲିବାନୀଙ୍କ ପାଖରେ ଆଫଗାନର ସମସ୍ତ ନଗଦ ଟଙ୍କା ଓ ସୁନା ଷ୍ଟକ ପହଞ୍ଚି ପାରି ନାହିଁ। ଅନ୍ୟପଟେ ଦ ଆଫଗାନିସ୍ତାନ ବ୍ୟାଙ୍କର ଗଭର୍ଣ୍ଣର ଅଜମଲ ଅହମଦୀ ଟ୍ୱିଟ କରି କହିଛନ୍ତି, ‘ବ୍ୟାଙ୍କ ପାଖରେ ୯ ଅରବ ଡଲାରର ଭଣ୍ଡାର ଥିଲା। ହେଲେ ଏହାର ଅଧିକାଂଶ ଭାଗ ବିଦେଶୀ ବ୍ୟାଙ୍କ ହାତରେ ରହିଛି। ଯାହା ପାଖରେ ତାଲିବାନ ପହଞ୍ଚି ପାରିବ ନାହିଁ।’ ସେପଟେ ମଙ୍ଗଳବାର ଦିନ ଆମେରିକା ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କରେ ଥିବା ୯.୫ ବିଲିୟନ ଡ଼ଲାର ବା ୭୦୬ ବିଲିୟନରୁ ଅଧିକ ଟଙ୍କା ଫ୍ରିଜ୍ କରିଛି। କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଟଙ୍କା ଯୋଗାଣ ଉପରେ ମଧ୍ୟ ଆମେରିକା ରୋକ୍‌ ଲଗାଇଛି।

ପଢନ୍ତୁ: ଭାରତରେ ନକଲି କୋଭିସିଲ୍ଡ ଟିକା ମିଳିବା ନେଇ ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Related posts

ସାମ୍ଭାବ୍ୟ ବାତ୍ୟା ପାଇଁ ସଜାଗ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଅଗ୍ନିଶମ ବାହିନୀ

Ratnamani Maharana

ଶ୍ରୀମନ୍ଦିରରେ ଧ୍ୱଜା ବନ୍ଧା ସମୟର ପରିବର୍ତ୍ତନ

Ratnamani Maharana

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More