• Home
  • News
  • ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ
News

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି।ଏହାର ପ୍ରଭାବରେ ଓଡିଶାର ଉପକୂଳବର୍ତ୍ତୀ କ୍ଵଚିତ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର ୧୨ ରବିବାର ଠାରୁ ବର୍ଷା ଆରମ୍ଭ ହେବ ଓ ୧୭ ତାରିଖ ବେଳକୁ ପରିମାଣ ବଢ଼ିବ। ଏଣୁ ୧୨ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ , ଆସନ୍ତା ୧୨ ତାରିଖ ରବିବାରରେ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସୃଷ୍ଟି ହେଲେ ଏହାର କିଛିକାଂଶ  ପ୍ରଭାବ ଉପକୂଳ ଓଡ଼ିଶାରେ ମଧ୍ୟ ପଡ଼ିବ । ଯାହା ଫଳରେ ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ କ୍ଵଚିତ ବର୍ଷା ହେବ । ୧୬ ତାରିଖ ବେଳକୁ ଲଘୁଚାପ ତାମିଲନାଡ଼ରୁ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି । ଏଣୁ ୧୭ ତାରିଖ ଠାରୁ ବର୍ଷାର ପରିମାଣ ବଢିପାରେ ।

ବର୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି ଏବଂ  ଆଜି ଏହାର ବେଗ ଘଣ୍ଟାକୁ ୨୦ କି.ମି. ରହିଛି।

ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ   ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ କିଛି ସ୍ଥାନରେ ବର୍ଷା ସମ୍ଭାବନା , ବଢିବ ଶୀତ

ପଢନ୍ତୁ, ଦିଲ୍ଲୀର ପ୍ରଦୂଷିତ ପରିସ୍ଥିତି ପାଇଁ ପୁଣି ଲାଗୁହେବ ଯୁଗ୍ମ ଅଯୁଗ୍ମ ଗାଡି ଚଳାଚଳ ନିୟମ

Related posts

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

Krishna Kumar Manoj

ବନ୍ଦ ପଡ଼ିଥିବା ବୁର୍ଲାର ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ ପୁଣି ଖୋଲିଲା

Krishna Kumar Manoj

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୮ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହୋଇଛି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More