LIFESTYLE

ସାକ୍ଷାତକାର ରେ ସଫଳତା ପାଇବା ପାଇଁ ଆପଣାନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା

By Krishna Kumar Manoj

September 15, 2017

କୌଣସି ସାକ୍ଷାତକାର ପାଇଁ ଯଦି ଯାଉଛନ୍ତି ତେବେ ଏଥିପାଇଁ ବିଶେଷ ଧ୍ୟାନ ଦବାକୁ ପଡିଥାଏ । ସଫଳତା ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡେ । ଆପଣଙ୍କ ମଧ୍ୟରେ ଦକ୍ଷତା ଥିଲେ ମଧ୍ୟ କେତେକ ଛୋଟ ମୋଟ ଭୁଲ ଯୋଗୁ ଆପଣ ସଫଳତା ପାଇଁ ଯୋଗ୍ୟା ହେଇପାରିନଥାନ୍ତି । କିନ୍ତୁ ଯଦି ଆପଣ ସାକ୍ଷାତକାର ରେ ସଫଳତା ପାଇବା ପାଇଁ ଚାହୁଛନ୍ତି ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବା ଉଚିତ । ସେଥିପାଇଁ ଆପଣାନ୍ତୁ କେତେକ ଗୁରୁତ୍ୱପୂର୍ଣ୍ଣ କଥା ।

୧ – ଏହି ଦିନ କେବେ ବି ଡେରିରେ ପହଁଚନ୍ତୁ ନାହିଁ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ପହଁଚନ୍ତୁ ।

୨ – ଦରମାକୁ ନେଇ କେବେ ନିଜ ଆଡୁ କୈାଣସି ପ୍ରସ୍ତାବ ଦିଅନ୍ତୁ ନାହିଁ ।

୩ – ସାକ୍ଷାତକାରକୁ ଗଲାବେଳେ ନିଜ ମୋବାଇଲକୁ ସ୍ୱୁଇଚ୍ ଅପ୍ କରିଦିଅନ୍ତୁ ।

୪ – ପୁରୁଣା କଂପାନୀର ବସଙ୍କ ବିରାଧରେ କିଛି ବି ନଖରାପ କଥା କୁହନ୍ତୁ ନାହିଁ । କାରଣ ସାକ୍ଷାତକାର ନେଉଥିବା ବ୍ୟକ୍ତି ଭାବିବେ ଯେ ଏହି କଂପାନୀ ବିରୋଧରେ ଆପଣ କେବେ ବି କହିପାରନ୍ତି ।

୫ – ସାକ୍ଷାତକାରକୁ ଯିବା ପୂର୍ବରୁ ନିଜ ଡ୍ରେସକୋଡ ପ୍ରତି ଧ୍ୟାନ ଦିଅନ୍ତୁ । ସବୁବେଳେ ଫର୍ମାଲ ଡ୍ରେସକୁ ପସନ୍ଦ କରନ୍ତୁ ।

୬ – ଏହି  ସମୟରେ ଅନ୍ୟମାନଙ୍କ ସହ ଅଯଥା ଗପନ୍ତୁ ନାହିଁ  କି ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ।

 

ଓଡିଶାର ବିରାଟ ଉଦ୍ୟୋଗ ରୁଚି ମସଲା ବିଷୟରେ ଯାଣନ୍ତୁ