EnewsOdia.Com

ଇମ୍ରାନଙ୍କ ଆସନ ଟଳମଳ, ଇସ୍ତଫା ଦାବିରେ ‘ଆଜାଦି ମାର୍ଚ୍ଚ’

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଏବେ ଟଳମଳ । ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ପାକିସ୍ତାନରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଓ ଶୋଭାଯାତ୍ରା କରାଯାଇଛି । ପାକିସ୍ତାନୀ ମୌଲାନା ତଥା ଦକ୍ଷିଣପନ୍ଥୀ ଜେୟୁଆଇ-ଏଫ ମୁଖ୍ୟ ମୌଲାନା ଫଜଲୁର ରେହମାନ ଇମ୍ରାନଙ୍କ ବିରୋଧରେ ଆଜାଦୀ ଶୋଭାଯାତ୍ରା ଆରମ୍ଭ କରିଛନ୍ତି ।୨୦୧୮ ସାଧାରଣ ନିର୍ବାଚନରେ ଇମ୍ରାନ ଜାଲିଆତି କରି କ୍ଷମତାକୁ ଆସିଥିବା ଅଭିଯୋଗ କରି ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି।

ଗତକାଲି ବିକ୍ଷୋଭକାରୀମାନେ ଇସଲାମାବାଦରେ ପହଂଚିବା ପରେ ସ୍ଥିତି ଅଣାୟତ ହୋଇ ପଡିଥିଲା । ସେନା ଓ ପୁଲିସର କଟକଣା ସତ୍ୱେ ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ଦେଶର ଆର୍ଥିକ ସ୍ଥିତି ଅତି ଖରାପ ଅବସ୍ଥାରେ ଥିବା ବେଳେ ଲୋକଙ୍କୁ ଦୁର୍ଦ୍ଦଶା ବୁଝିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଆସନ୍ତା ଦୁଇ ଦିନ ମଧ୍ୟରେ ଗାଦି ଛାଡିବାକୁ ଇମ୍ରାନଙ୍କୁ ସେମାନେ ଚେତାବନୀ ଦେଇଛନ୍ତି ।

ପଢନ୍ତୁ:  ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

ସମ୍ବନ୍ଧିତ ଖବର

ଜାପାନୀ କ୍ରୁଜ୍‌ ଜାହାଜରୁ ୧୧୯ଜଣ ଭାରତୀୟ ଓ ୫ଜଣ ବିଦେଶୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଏୟାର୍‌ ଇଣ୍ଡିଆ ବିମାନ

Ratnamani Maharana

ସିଏଏ ବିରୋଧୀ ଆନ୍ଦୋଳନକାରୀଙ୍କ ସମ୍ପତ୍ତି ସିଲ କରିବା ପୂର୍ବରୁ ଦଙ୍ଗାକାରୀଙ୍କୁ ଆଶ୍ଵସ୍ତି

Ratnamani Maharana

ପାକିସ୍ତାନକୁ ହରାଇବା ପାଇଁ ଭାରତକୁ ୧୦ ଦିନରୁ ଅଧିକ ଲାଗିବ ନାହିଁ

Ratnamani Maharana

ଶ୍ୱେତପତ୍ରରେ କାଳିଆର ସ୍ପଷ୍ଟିକରଣ ଦିଅନ୍ତୁ ରାଜ୍ୟ ସରକାର: ବିଜେପି

Ratnamani Maharana

ଓୟୁଏଟିରେ 5-T ସଚିବ ଭି.କେ ପାଣ୍ଡିୟାନ

Ratnamani Maharana

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

Ratnamani Maharana