EnewsOdia.Com

ନୱାଜ୍ ସରିଫଙ୍କୁ ‘ପଳାତକ’ ଘୋଷଣା କଲେ ଇମ୍ରାନ ସରକାର

ଏବେ ଲଣ୍ଡନରେ ରହି ଚିକିତ୍ସିତ ହେଉଥିବା ପୂର୍ବତନ ପାକ୍ ପ୍ରଧାନମନ୍ତ୍ରୀ ତଥା ପିଏମଏଲଏନର ସଂସ୍ଥାପକ ମିଆଁ ନୱାଜ ସରିଫଙ୍କୁ ପାକିସ୍ତାନର ଇମ୍ରାନ ଖାନ ସରକାର ବୁଧବାର ‘ପଳାତକ’ ଘୋଷଣା କରିଛନ୍ତି। ସରିଫଙ୍କ ଜାମିନ ଅବଧି ସମ୍ପ୍ରସାରଣ ନ କରିବା ଲାଗି ମଙ୍ଗଳବାର ପାକ୍ ପଞ୍ଜାବ ସରକାର ନିଷ୍ପତ୍ତି ନେଇଥିଲେ। ସରକାର ତାଙ୍କ ବିରୋଧରେ ଜାମିନ ସର୍ତ୍ତ ଉଲ୍ଲଂଘନର ଅଭିଯୋଗ ଆଣିଥିବା ବେଳେ ତାଙ୍କୁ ପଳାତକ ଘୋଷଣା କରିଦେଇଛନ୍ତି।

ଇମ୍ରାନଙ୍କ ପରାମର୍ଷଦାତା ଡା.ଫିରଦୋସ ଆଶିକ ଅବାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ , ଲଣ୍ଡନ ଚିକିତ୍ସା ଲାଗି ଯାଇଥିବା ନୱାଜ ସେଠାରେ କୌଣସି ହସ୍ପିଟାଲରେ ଚିକିତ୍ସିତ ହେଉ ନାହାନ୍ତି। ତାଙ୍କର ମେଡିକାଲ ରିପୋର୍ଟ କୌଣସି ହସ୍ପିଟାଲରେ ନଥିବା କହିଛନ୍ତି। ସେହିପରି ମେଡିକାଲ ବୋର୍ଡକୁ ନୱାଜ୍ ପ୍ରଦାନ କରିଥିବା ମେଡିକାଲ ରିପୋର୍ଟ ଏବେ ତ୍ରୁଟିପୁର୍ଣ୍ଣ ବୋଲି ଜଣାପଡିଥିବା ସେ କହିଛନ୍ତି। ତାଙ୍କର ସମସ୍ତ ରିପୋର୍ଟ ମେଟିକାଲ ବୋର୍ଡ ଦ୍ୱାରା ଅଗ୍ରାହ୍ୟ ହୋଇଯାଇଛି। ଏଣୁ ବୁଧବାର ନୱାଜଙ୍କୁ ପଳାତକ ଘୋଷିତ ହୋଇଛନ୍ତି। ଯଦି ଆଇନ ଅନୁସାରେ ସେ ଦେଶକୁ ଫେରସ୍ତ ନ ଆସନ୍ତି ତେବେ ତାଙ୍କୁ ସମ୍ପୂର୍ଣ୍ଣ ପଳାତକ(Proclaimed Offender) ଘୋଷଣା କରାଯାଇପାରେ ବୋଲି ଇମ୍ରାନଙ୍କ ପରାମର୍ଶଦାତା କହିଛନ୍ତି।

ପଢନ୍ତୁ: ଭାରତବାସୀଙ୍କ ସୁଖସମୃଦ୍ଧି କାମନା କରି ମହାପ୍ରଭୁଙ୍କ ଦର୍ଶନ କଲେ ମମତା

ସମ୍ବନ୍ଧିତ ଖବର

ଏପ୍ରିଲ ପହିଲାରୁ ଦେଶରେ ୪ଟି ନୂଆ ବ୍ୟାଙ୍କ

Ratnamani Maharana

ଦିଲ୍ଲୀ ଦଙ୍ଗା ସମୟରେ ମୁସ୍ତଫାବାଦରେ ଏକମାତ୍ର ହିନ୍ଦୁ ପରିବାରକୁ ସୁରକ୍ଷା ପ୍ରଦାନ କରି ଭାଇଚାରାର ଉଦାହରଣ କଲେ ମୁସଲମାନ ଭାଇ

Ratnamani Maharana

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana

ଏବେ କରୋନା ଭାଇରସରୁ ରକ୍ଷା କରିବ Be A Batman ସୁଟ୍‌

Ratnamani Maharana

ଭାରତ ମାନଚିତ୍ରରୁ ଲିଭିଲା ଜାମ୍ମୁକାଶ୍ମୀର ରାଜ୍ୟର ଭୂଗୋଳ

Ratnamani Maharana

ଜାପାନରୁ ଉଦ୍ଧାର ହେଲା ଘୋଷ୍ଟ ବୋଟ୍

Ratnamani Maharana