ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

ଭଗବାନ ଶିବଙ୍କ ଫଟୋରେ ପୂର୍ବ କ୍ରିକେଟର ଏବଂ ରାଜନେତା ଇମରାନ ଖାନଙ୍କ ଚେହେରା, ପାକିସ୍ତାନରେ ଏହି ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫୋଟୋ ଏବେ ଭାଇରାଲ ହେବାକୁ ଲାଗିଛି। ପାକିସ୍ତାନୀ ସଂସଦର ଅଧକ୍ଷ ପିଟିଆଇର ଅଧକ୍ଷ ଇମରାନ ଖାନଙ୍କୁ ହିନ୍ଦୁ ଦେବତାଙ୍କ ରୂପରେ ଦେଖାଯିବା ଘଟଣାର ଯାଂଚ ମହାସଂଘୀୟ ତଦନ୍ତ କାର୍ଯ୍ୟାଳୟ (ଏଫଆଇଏ)କୁ ନ୍ୟାସ୍ତ କରିଛି।

ପାକିସ୍ତାନରେ ଆଗକୁ ନିର୍ବାଚନ ଅଛି। ମୈଦାନରେ ଓହ୍ଲାଇଛନ୍ତି ନଓ୍ଵାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ( ନଓ୍ଵାଜ), ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ-ଇ ଇନସାଫ୍‌ (ପିଟିଆଇ) ଓ ଭୁଟ୍ଟୋ ପରିବାର ପରିଚାଳିତ ପାକିସ୍ତାନ ପିପୁଲ୍ସ ପାର୍ଟି । ପ୍ରଚାରରେ ପିଏମଏଲ୍‌ ଓ ପିଟିଆଇ ଆଗୁଆ ଅଛନ୍ତି। ପ୍ରଚାରରେ କେବଳ ଭୋଟରକମାନଙ୍କୁ ଆକୃଷ୍ଟ କରିବା ନୁହେଁ, ବରଂ ଅନ୍ୟପାର୍ଟିକୁ ବଦନାମ କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ନିକଟରେ ପିଏମଏଲ ପକ୍ଷରୁ ଇମ୍ରାନ ଖାଁଙ୍କୁ ଭଗବାନ ଶିବଙ୍କ ପରି ଦେଖାଇ ଏକ ଫଟୋ ସୋସିଆଲ ମିଡିଆରେ ଛଡାଯାଇଛି। ଇମ୍ରାନ ଖାଁ ହିନ୍ଦୁମାନଙ୍କୁ ସମର୍ଥନ କରୁଥିବାରୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବା ଏହାର ଉଦ୍ଦେଶ୍ୟ।

ଏହି ଫଟୋ ଏବେ ପାକିସ୍ତାନରେ ଭାଇରାଲ ହୋଇଛି ଓ ବିବାଦ ମଧ୍ୟ ସୃଷ୍ଟି ହୋଇଛି।

ପାକିସ୍ତାନ ସାଂସଦଙ୍କ କାର୍ଯ୍ୟବାହୀ ସମୟରେ ପ୍ରମୁଖ ବିପକ୍ଷ ଦଳ ପିପିପି( ପାକିସ୍ତାନ ପିପୁଲ୍ସ ପାର୍ଟି) ଏକ ସଦସ୍ୟ ରମେଶ ଲାଲ କହିଛନ୍ତି ଯେ ଇମରାନ ଖାନ ଙ୍କ ବିରୁଦ୍ଧରେ ଶାସକ ଦଳର ଲୋକମାନେ ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଇଛନ୍ତି। ତାଙ୍କ କହିବା ଅନୁସାରେ ସମ୍ବିଧାନରେ ଏହା ପ୍ରାଞ୍ଜଳ ଭାବେ ଜଣାଇଦିଆଯାଇଛି ଯେ, କୌଣସୀ ବ୍ୟକ୍ତିର ଧାର୍ମିକ ଭାବନାକୁ ଆଘାତ ନ ପହଂଚିବା ଦରକାର।

ପାକିସ୍ତାନର ସୁପ୍ରିମକୋର୍ଟ ମଧ୍ୟ ହିନ୍ଦୁମାନଙ୍କ ଧାର୍ମିକ ଅଧିକାରଗୁଡିକୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗତ କିଛି ଦିନ ହେଲା ସକ୍ରିୟତା ଦେଖାଇଛନ୍ତି। ପଞ୍ଜାବ ପ୍ରାନ୍ତର ଚକବାଲ ଅଂଚଳର କଟାସରାଜ ମନ୍ଦିର ଖରପ ଅବସ୍ଥା ଦେଖି ସୁପ୍ରିମକୋର୍ଟ ନିଷ୍ପତି ନେଇଥିଲେ ଓ ହିନ୍ଦୁମାନଙ୍କ ଏହି ପବିତ୍ର ସ୍ଥଳକୁ ସୁରକ୍ଷିତ ରଖିବାକୁ ବହୁତ ଗୁଡିଏ ପଦକ୍ଷେପ ନେଇଥିଲେ।

ପଢନ୍ତୁ; ଛିଡ଼ା ହୋଇ ଗୀତ ନ ଗାଇବାରୁ ପାକିସ୍ତାନୀ ଗାୟିକାଙ୍କୁ ହତ୍ୟା!

ଇମ୍ରାନ ଖାଁ ହିନ୍ଦୁମାନଙ୍କୁ ସମର୍ଥନ କରୁଥିବାରୁ ମୁସଲିମ ବିରୋଧୀ ବୋଲି ଦର୍ଶାଇବା ଏହାର ଉଦ୍ଦେଶ୍ୟ। - 8.6

86%

ଘଟଣାର ଯାଂଚ ମହାସଂଘୀୟ ତଦନ୍ତ କାର୍ଯ୍ୟାଳୟ (ଏଫଆଇଏ)କୁ ନ୍ୟାସ୍ତ କରିଛି। - 8.7

87%
8.7/10

Very Good!

ଇମରାନ ଖାନଙ୍କୁ ଭଗବାନ ଶିବଙ୍କ ରୂପରେ ଚିତ୍ରଣ କଲେ ବିରୋଧୀ ଦଳ!

ଭଗବାନ ଶିବଙ୍କ ଫଟୋରେ ପୂର୍ବ କ୍ରିକେଟର ଏବଂ ରାଜନେତା ଇମରାନ ଖାନଙ୍କ ଚେହେରା, ପାକିସ୍ତାନରେ ଏହି ଘଟଣା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫୋଟୋ ଏବେ ଭାଇରାଲ ହେବାକୁ ଲାଗିଛି। ପାକିସ୍ତାନୀ ସଂସଦର ଅଧକ୍ଷ ପିଟିଆଇର ଅଧକ୍ଷ ଇମରାନ ଖାନଙ୍କୁ ହିନ୍ଦୁ ଦେବତାଙ୍କ ରୂପରେ ଦେଖାଯିବା ଘଟଣାର ଯାଂଚ ମହାସଂଘୀୟ ତଦନ୍ତ କାର୍ଯ୍ୟାଳୟ (ଏଫଆଇଏ)କୁ ନ୍ୟାସ୍ତ କରିଛି।

No Votes Yet

You're not rated yet