POLITICALS

କାଶ୍ମୀର ସ୍ଥିତି ଦେଖି ଭୟରେ ଜାତିସଙ୍ଘର ହସ୍ତକ୍ଷେପ ଲୋଡ଼ିଲେ ଇମରାନ ଖାନ୍

Untitled 1

ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। ପାକିସ୍ତାନୀ ସେନା ମଧ୍ୟ କାଶ୍ମୀରର ସବୁପ୍ରକାର କାର୍ଯ୍ୟକଳାପ ଉପରେ ନଜର ରଖିଛି। ପାକିସ୍ତାନ ଅଭିଯୋଗ କରିଛି ଯେ ଭାରତୀୟ ସେନା ଭାରତୀୟ ସେନା କ୍ଲଷ୍ଟର ବୋମାରେ ଆକ୍ରମଣ କରିଛି।

କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟସ୍ଥତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ଟ୍ରମ୍ପଙ୍କୁ ଟ୍ୱିଟ୍‌ କରି କହିଛନ୍ତି ଯେ,  ସୀମାରେ ଭାରତ ପଟୁ ବାରମ୍ୱାର ଗୁଳି ମାଡ଼ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥି କରିବାକୁ କହିଥିଲେ । ଭାରତ କ୍ଲଷ୍ଟର ବୋମାର ବ୍ୟବହାର କରି ୧୯୮୩ ମସିହାରେ କନଭେନସନ୍ ଅନ୍ ସର୍ଟନ କନଭେନ୍ସନାଲ ଓ୍ବିପନସ୍  ଚୁକ୍ତିର ଉଲ୍ଲଙ୍ଘନ କରିଛି। ସେ ଜାତିସଙ୍ଘ ସୁରକ୍ଷା ପରିଷଦକୁ ଅପିଲ କରିଛନ୍ତି ଯେ ସେ ଆନ୍ତର୍ଜାତୀୟ ବିପଦ ଏବଂ ଦେଶରେ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ’।

ପଢନ୍ତୁ: ମୋଦିଙ୍କ ପାଇଁ ଶୁଭ ଶ୍ରାବଣର ତିନି ସୋମବାର

Related posts

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

ENO Beuro

ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

Ratnamani Moharana

ବେଆଇନ ଦେଶାନ୍ତରୀଙ୍କୁ ଦେଶରୁ ବିତାଡ଼ିତ କରାଯିବ: ଅମିତ ଶାହ

Ratnamani Moharana

Leave a Comment