SPORTS

ପୂର୍ବତନ କ୍ରିକେଟର ଇମରାନ ଖାନ୍ କଲେ ତୃତୀୟ ବିବାହ

ପୁଣି ବାହା ହେଲେ ଇମରାନ୍ ଖାନ୍!

ପାକିସ୍ତାନର ରାଜନୈତିକ ଦଳ ତେହରିକ-ଏ-ଇନସାଫର ମୁଖ୍ୟ ତଥା ପୂର୍ବତନ କ୍ରିକେଟର ଇମରାନ ଖାନ୍ ତୃତୀୟ ବିବାହ କରିଛନ୍ତି । ବୁଶରା ମାନିକାଙ୍କ ହାତ ଧରିଛନ୍ତି ଇମରାନ । ଗତକାଲି ଲାହୋରରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ୪୦ ବର୍ଷୀୟା ବୁଶରା ହେଉଛନ୍ତି ଇମରାନଙ୍କ ଆଧାତ୍ମିକ ଯୋଗ ଗୁରୁ।

ଇମ୍ରାନଙ୍କ ତୃତୀୟ ବିବାହ ନେଇ ଗତ କିଛି ଦିନ ହେଲା ବହୁତ ଚର୍ଚ୍ଚା ହୋଇଆସୁଥିଲା। ଶନିବାର ରାତିରେ ପିଟିଆଇର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଇମ୍ରାନ ନିଜ ବିବାହ ବେଳର କିଛି ଫଟୋ ସେୟାର କରିଛନ୍ତି। ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇମ୍ରାନ ବୁଶରା ମେନକାଙ୍କୁ ବିବାହ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଇମ୍ରାନ ୧୯୯୫ରେ ବ୍ରିଟିଶର ଜେମିମା ଗୋଲ୍ଡସ୍ମିଥଙ୍କୁ ପ୍ରଥମ ବିବାହ କରିଥିଲେ। ଜେମିମା ୯ ବର୍ଷ କାଳ ବିବାହ ବନ୍ଧନରେ ରହିବା ପରେ ୨୦୦୪ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା। ୨୦୧୫ରେ ଇମ୍ରାନ ଟିଭି ଉପସ୍ଥାପିକା ରେହମ ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ଏହି ସମ୍ପର୍କ ମାତ୍ର ୧୦ ମାସ ତିଷ୍ଠି ପାରିଥିଲା।

ପଢନ୍ତୁ;

ଭୁବିଙ୍କ ବିଜୟ ଭେଟି : ୨୮ ରନରେ ଜିତିଲା ଭାରତ

Related posts

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ସଫଳ ଆୟୋଜନ ପାଇଁ ଓଡ଼ିଶାକୁ ମିଳିଛି ସ୍ୱତନ୍ତ୍ର ପୁରସ୍କାର

ENO Beuro

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ

ENO Beuro

କ୍ରିକେଟ ଖେଳାଳୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ, ମୁମ୍ୱାଇ ଅଣ୍ଡର-୧୯ ଦଳ ପାଇଁ ଖେଳିବେ

ENO Beuro

1 comment

Leave a Comment