News

ନରମିଲା ପାକିସ୍ତାନ: ଶାନ୍ତି ଆଲୋଚନା ପାଇଁ ନେହୁରା ହେଲେ ଇମ୍ରାନ

imran

ଏବେ ଆଲୋଚନା ପାଇଁ ଇମ୍ରାନଙ୍କ ଆହ୍ୱାନ

ଭାରତ ଉପରେ ବିମାନ ଆକ୍ରମଣରେ ବିଫଳ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତକାଲି ଶାନ୍ତି ଆଲୋଚନା ପାଇଁ ନେହୁରା ହୋଇଛନ୍ତି। ଏକ ପ୍ରେସମିଟରେ ସେ କହିଛନ୍ତି ଯେ,ଯୁଦ୍ଧ କୌଣସି ସମସ୍ୟାର ସମାଧାନର ବାଟ ନୁହେଁ। ଏହା ଆରମ୍ଭ ହେଲେ ମୋ ନିୟନ୍ତ୍ରଣରେ ରହିବ ନାହିଁ କି ନରେନ୍ଦ୍ରମୋଦିଙ୍କ ନିୟନ୍ତ୍ରଣରେ ରହିବେ ନାହିଁ। ଯୁଦ୍ଧ କେବେ ଶେଷ ହେବ ନାହିଁ ତାହା କହିବା ମଧ୍ୟ ମୁସ୍କିଲ। ଯୁଦ୍ଧ ବଦଳରେ ଆତଙ୍କବାଦ ପ୍ରସଙ୍ଗରେ ସମାଧାନ ଆପୋସ ଆଲୋଚନା ଦ୍ଵାରା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମଙ୍ଗଳବାର ବାଲାକୋଟରେ ଭାରତ ଯାହା ବି ଆକ୍ସନ ନେଇଥିଲା ସେଥିରେ ପାକିସ୍ତାନର କେତେ କ୍ଷତି ହୋଇଛି ତାହା ଆକଳନ କରାଯାଇନାହିଁ। ବୁଧବାର ସକାଳେ ପାକିସ୍ତାନ ସେନା ସୀମାରେ ଯେଉଁ ଆକ୍ରମଣ କରିଛି ତାହା କେବଳ ଆମେ ବଳ ଦେଖାଇବାକୁ ଚାହୁଁଥିଲୁ ବୋଲି ଇମ୍ରାନ କହିଛନ୍ତି। ଯଦି ଭାରତ ଆମ ଦେଶକୁ ଆସି ଆକ୍ସନ ନେଇ ପାରୁଛି ତେବେ ପାକିସ୍ତାନ କାହିଁକି ନୁହେଁ ବୋଲି ସେ ଟୁଇଟ୍‌ କରି କହିଛନ୍ତି।

ପଢନ୍ତୁ; ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ,୭ ୱିକେଟରେ ହାରିଲା ଭାରତ

Related posts

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ENO Beuro

ଜମ୍ମୁ-ଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌ରେ ଯାତ୍ରୀମାନଙ୍କ ଠାରୁ ଲୁଟ୍‌ପାଟ୍‌

ENO Beuro

ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ

ENO Beuro

Leave a Comment