POLITICALS

ପାକିସ୍ଥାନ ନିର୍ବାଚନ: ଭୋଟ ଗଣତି ଜାରି, ଇମ୍ରାନ୍‌ ଖାନ ହେବେ ପ୍ରଧାନମନ୍ତ୍ରୀ

ପାକିସ୍ତାନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟର୍‌ ଇମ୍ରାନ୍‌ ଖାନ୍‌ଙ୍କ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ଆଗୁଆ ରହିଛି। ନଓ୍ଵାଜ ସରିଫଙ୍କ ମୁସଲିମ ଲିଗ୍‌ ସହିତ ଏହାର କଡ଼ା ମୁକାବିଲା ହେଉଛି। ଇମ୍ରାନ୍‌ଙ୍କ ପାର୍ଟିକୁ ସେନା ଏବଂ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲଜେନ୍ସ୍‌ର ସମର୍ଥନ ରହିଛି। ସେନା ସମର୍ଥନରେ ପାକିସ୍ତାନରେ ଗଠିତ ହେବାକୁ ଯାଉଥିବା ଇମ୍ର୍ରାନ୍‌ଙ୍କ ସରକାର ଭାରତ ପାଇଁ ଶୁଭଙ୍କର ହେବନାହିଁ ବୋଲି ଆକଳନ କରାଯାଉଛି।

ମିଳିଥିବା ରିପୋର୍ଟ ଅନୁଯାୟୀ ଇମ୍ରାନଙ୍କ ଦଳ ୧୦୭ ଆସନ ହାସଲ କରି ପ୍ରଥମ ସ୍ଥାନରେ ଥିବା ବେଳେ ୭୦ ଆସନ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ନଓ୍ଵାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ୍‌ ଲିଗ୍‌। ବିଲାଓ୍ଵଲ ଭୁଟ୍ଟୋ ଜର୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୩୯ ସିଟ୍‌ରେ ଆଗୁଆ ରହିଛି। ମୋଟ ୨୭୨ ସଂସଦୀୟ ଆସନରେ ମତଦାନ ହୋଇଛି।

ପଢନ୍ତୁ;ରିଲିଜ ହେଲା ଫିଲ୍ମ ‘ଜିନିୟସ ’ର ଟ୍ରେଲର

Related posts

ପାଟକୁରା ନିର୍ବାଚନ ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

Ratnamani Moharana

କାର ଭିତରେ ରାହୁଲ ଗାନ୍ଧୀଙ୍କୁ ଜୋରଜବରଦସ୍ତ ଚୁମ୍ବନ

Ratnamani Moharana

ଓଡିଶାର ଦୁଇ ଜଣ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ହେଲେ କେନ୍ଦ୍ରମନ୍ତ୍ରୀ

Ratnamani Moharana

2 comments

Leave a Comment