POLITICALS

ପାକିସ୍ତାନ ରାଜନୀତି:ଅଗଷ୍ଟ ୧୧ରେ ଶପଥ ନେବେ ଇମ୍ରାନ ଖାନ

By Krishna Kumar Manoj

July 31, 2018

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ଅଗଷ୍ଟ ୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସୋମବାର ଇମ୍ରାନ ନିଜେ ଏହା ଘୋଷଣା କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଇସ୍‌ଲାମାବାଦରେ ଦଳର ବିଜୟୀ ପାର୍ଥୀଙ୍କ ସହ କଥା ହେବା ସମୟରେ ସେ ଏହି ସୂଚନା ଦେଇଛନ୍ତି।

ସେହିପରି ଖାଇବର ପାଖତୁନଖ୍ୱାରେ ପିଟିଆଇ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ପାଇଥିବାରୁ, ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ହୋଇସାରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତାଙ୍କ ନାଁ ଘୋଷଣା କରାଯିବ। ପାକିସ୍ତାନବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପିଟିଆଇ ସମସ୍ତ ପ୍ରକାରର ନିଷ୍ପତ୍ତି ନେଉଛି। ସିନ୍ଧ ପ୍ରଦେଶରୁ ଗରିବୀ ଦୂରୀକରଣ ଦଳର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ଇମ୍ରାନ୍‌ଙ୍କ ଦଳ ପିଟିଆଇ ୧୧୬ ଆସନ ଦଖଲ କରିଛି। ପାକିସ୍ତାନ ନେସନାଲ ଆସେମ୍ବ୍ଲିରେ ଦାବି ଉପସ୍ଥାପନ ପାଇଁ ଏହାକୁ ୧୩୭ ସମର୍ଥନ ହାସଲ କରିବାକୁ ହେବ। ଏଥିଲାଗି ବିଭିନ୍ନ ଛୋଟ ଦଳର ସମର୍ଥନ ଜୁଟାଇବାରେ ଲାଗିଛନ୍ତି ଇମ୍ରାନ୍‌। ସେପଟେ ବିରୋଧୀ ନଓ୍ଵାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍‌ ପାଖରେ ୬୪ ଏବଂ ବିଲଓ୍ଵାଲ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ପାଖରେ ୪୩ଟି ଆସନ ରହିଛି। ଇମ୍ରାନ୍‌ଙ୍କୁ କ୍ଷମତାକୁ ଆସିବାରେ ରୋକିବା ଲାଗି ଏହି ଦୁଇ ଦଳ ଏକାଠି ହେବେ ବୋଲି ଘୋଷଣା କରିଛନ୍ତି । ତେଣୁ ସଠିକ୍‌ ଭାବେ ସମର୍ଥନ ନଜୁଟାଇଲେ ଇମ୍ରାନ୍‌ଙ୍କ ପାଇଁ ଅଡୁଆ ବଢ଼ି ପାରେ । ସେଥିଲାଗି ଏହି ପୂର୍ବତନ କ୍ରିକେଟର୍‌ ନିର୍ଦ୍ଦଳୀୟଙ୍କ ସହାୟତା ଲୋଡିଛନ୍ତି।

ପଢନ୍ତୁ;ଲୋକସଭାରେ ଅପରାଧ ଆଇନ ସଂଶୋଧନ ବିଲ୍ ଗୃହିତ: ନାବାଳିକା ବଳାତ୍କାରୀକୁ ମୃତ୍ୟୁଦଣ୍ଡ