News

ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଛନ୍ତି ଚିଠି । ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବାକୁ ଦ୍ୱିପାକ୍ଷିକ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ । ଚଳିତ ମାସ ଶେଷ ଆଡ଼କୁ ହେବାକୁ ଥିବା ଜାତିସଂଘ ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି ଇମ୍ରାନ।ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘ ମହାସଭା ସମାରୋହରେ ଭାରତ-ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବର୍ତ୍ତା ହେଉ ବୋଲି ଇମ୍ରାନ ଇଚ୍ଛା ପ୍ରକାଶ କରିଛନ୍ତି।

modi ମୋଦି ମୋଦିଙ୍କୁ ଚିଠି ଲେଖିଲେ ଇମ୍ରାନ୍‌ ଖାନ modii

ହେଲେ ଭାରତ ସରକାର ଚାହୁଁଛନ୍ତି କି, ପାକ୍ ଆଲୋଚନା ପାଇଁ ଭଲ ମାହୋଲ ସୃଷ୍ଟି କଲେ ଭାରତ ଆଗକୁ ବଢିବ । କିନ୍ତୁ ପାକ୍ ନିଜ ମାଟିରୁ ଭାରତ ବିରୋଧରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛି । ଖାନଙ୍କ ପତ୍ର ସେହି ସମୟରେ ସାମ୍ନାକୁ ଆସିଛି ଯେଉଁ ସମୟରେ କିଛି ମନ୍ତ୍ରୀ ପାକ୍ ସରକାର ସେନା ଦ୍ୱାରା ପରିଚାଳିତ ହେଉଥିବାରୁ ପଡୋଶୀଙ୍କ ସହ ଉତମ ସମ୍ପର୍କ ରକ୍ଷା କରି ପାରିବ ନାହିଁ ବୋଲି କହିଛନ୍ତି । ତେବେ ସୁଷମା ସ୍ୱରାଜ ୟୁଏନରେ ଭାରତୀୟ ପ୍ରତିନିଧୀମଣ୍ଡଳର ନେତୃତ୍ୱ ନେବାକୁ ଥିବା ବେଳେ ପାକ୍ ସହ କିପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ପରବର୍ତୀ ସମୟରେ ଜଣାପଡିବ।

ସୂଚନାଯୋଗ୍ୟ, ମୋଦି ଇମ୍ରାନଙ୍କୁ ଦେଇଥିବା ଶୁଭେଚ୍ଛା ବାର୍ତ୍ତାର ଉତ୍ତରରେ ଇମ୍ରାନ ଏସବୁ କଥା ଉପସ୍ଥାପନ କରିଛନ୍ତି।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

Related posts

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

Krishna Kumar Manoj

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

Krishna Kumar Manoj

ଆଜିଠୁ ପ୍ରବଳ ବର୍ଷା,୨୧ରେ ସାରା ଓଡିଶାରେ ଭୀଷଣ ବର୍ଷା ସମ୍ଭାବନା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More