POLITICALS

ଆମେରିକା ଗସ୍ତ ପାଇଁ ଇମ୍ରାନଙ୍କ ଖର୍ଚ୍ଚକାଟ ନୀତି, ହୋଟେଲ୍‌ରେ ନ ରହି ଦୂତାବାସରେ ରହିବେ

Untitled 1

ପାକିସ୍ତାନକୁ ଚୀନ୍‌ ଋଣଜାଲରେ ବୁଡ଼ାଇ ସାରିଛି। ଦେଶର ଦେବାଳିଆ ସ୍ଥିତି ପାଇଁ ପାକ୍‌ ସରକାରଙ୍କ ଦ୍ବାରା ଯେଉଁ ଖର୍ଚ୍ଚକାଟ ପ୍ରକ୍ରିୟା ଆରମ୍ଭ ହୋଇଛି ସେହି ଆଧାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌  ଆଗାମୀ ଆମେରିକା ଗସ୍ତ ସମୟ‌ରେ କୌଣସି ଦାମୀ ହୋଟେଲ୍‌ରେ ନରହି ଦେଶର ରାଷ୍ଟ୍ରଦୂତଙ୍କ ବାସଭବନରେ ରହିବେ। ବ୍ୟୟ ବହୁଳ ହୋଟେଲ ପରିବର୍ତ୍ତେ ଇମରାନ୍ ଖାନ୍ ଦୂତାବାସରେ ରହିଲେ ପାକିସ୍ତାନ ସରକାରଙ୍କ ରାଜକୋଷକୁ ବୋଝ ହେବ ନାହିଁ। ତେଣୁ ପାକିସ୍ତାନ ଦୂତବାସ ଅଧିକାରୀ ଅସଦ ମଜିଦ ଖାନଙ୍କ ଘରେ ରହିବେ ବୋଲି ଜଣାପଡ଼ିଛି।

ଇମ୍ରାନ୍‌ ଆସନ୍ତା ଜୁଲାଇ ୨୧ ତାରିଖରେ ୩ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି। ଗସ୍ତ ଅବସରରେ ଇମ୍ରାନ୍‌ ଖର୍ଚ୍ଚକାଟ କରିବାପାଇଁ ୱାସିଂଟନ୍‌ରେ ଅବସ୍ଥିତ ପାକିସ୍ତାନର ରାଷ୍ଟ୍ରଦୂତ ଆସାଦ ମଜିଦ ଖାନ୍‌ଙ୍କ ବାସଭବନରେ ରହିବେ। ପାକିସ୍ତାନର ଦୈନିକ ଖବରକାଗଜ ‘ଡନ୍‌’ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଇମ୍ରାନଙ୍କ ଗସ୍ତ ପୂର୍ବରୁ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସୟିଦ ଗିରଫ ହେବା ସମ୍ଭାବନା ରହିଛି।

ପଢନ୍ତୁ: ଆଜି ତିନି ରଥ ନେବେ ଦକ୍ଷିଣମୋଡ

Related posts

ପ୍ରକାଶ ପାଇଲା ଶେଷ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା, ୪୨ ବିଧାନସଭା ଆସନରେ ହେବ ଭୋଟ

Ratnamani Moharana

ଆଜି ବଲାଙ୍ଗୀରରେ ଓବିସି ସମ୍ମିଳନୀ

ENO Beuro

ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

Ratnamani Moharana

Leave a Comment