EnewsOdia.Com

ଟଙ୍କା ଉଧାର ଆଣିବାରେ ସବୁ ରେକର୍ଡ ଭାଙ୍ଗିଲାଣି ଇମ୍ରାନ୍‌ ଖାଁଙ୍କ ସରକାର

ଶାସନର ପ୍ରଥମ ବର୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ଋଣ କରିବାରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ସାରିଲାଣି। ସରକାରୀ ତଥ୍ୟ ଅନୁସାରେ, ଦେଶର ସମସ୍ତ ଋଣ ଉପରେ ବର୍ତ୍ତମାର ସରକାର ତାଙ୍କ ଶାସନର ପ୍ରଥମ ବର୍ଷରେ ଆହୁରି ୭, ୫୦୯ ବିଲିୟନ୍‌ ଟଙ୍କା (ପାକିସ୍ତାନୀ ମୁଦ୍ରାରେ) ବଢ଼ାଇଛନ୍ତି। ଅଗଷ୍ଟ ୨୦୧୮ରୁ ଅଗଷ୍ଟ ୨୦୧୯ ମଧ୍ୟରେ ସରକାର ବିଦେଶ ସୂତ୍ରରୁ ୨, ୮୦୪ ବିଲିୟନ୍‌ ଟଙ୍କା ଓ ଘରୋଇ ସୂତ୍ରରୁ ୪, ୭୦୫ ବିଲିୟନ୍‌ ଟଙ୍କା ଋଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପାକିସ୍ତାନର ଷ୍ଟେଟ୍‌ ବ୍ୟାଙ୍କ୍‌  ପଠାଇଥିବା ଋଣ ତଥ୍ୟକୁ ଆଧାର କରି ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଏହି ରିପୋର୍ଟ ପ୍ରକାଶ କରିଛି।

ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ପାକିସ୍ତାନର ଡାଟା ଅନୁସାରେ, ଚଳିତ ଆର୍ଥିକ ବର୍ଷର ମାତ୍ର ଦୁଇ ମାସ ମଧ୍ୟରେ ପାକିସ୍ତାର ସର୍ବସାଧାରଣ ଋଣରେ ୧. ୪୩% ହଠାତ୍‌ ବୃଦ୍ଧି ପାଇଥିବା ଦେଖାଯାଇଥିଲା।  ଟିକସ ଆଦାୟ ବାବଦ ଲକ୍ଷ୍ୟ ୧ ଟ୍ରିଲିୟନ୍‌ ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଚଉଠରେ ସରକାରଙ୍କର ଟିକସ ଆଦାୟ ଥିଲା ୯୬୦ ବିଲିୟନ୍‌ ଟଙ୍କା।

ପଢନ୍ତୁ: ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

ସମ୍ବନ୍ଧିତ ଖବର

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Ratnamani Maharana

ଶିବସେନାରେ ଯୋଗଦେଲେ ସଲ୍‌ମାନ୍‌ଙ୍କ ବଡିଗାର୍ଡ ଶେରା

Ratnamani Maharana

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

Ratnamani Maharana

ଦୁଇ ଦିନିଆ ଗସ୍ତ ଶେଷ କରି ଚେନ୍ନାଇରୁ କାଠମାଣ୍ଡୁ ଅଭିମୁଖେ ଜିନପିଙ୍ଗ

Ratnamani Maharana

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana

ଆଜି ଗାଇସିଲଟରେ ଗଡିବ ନବୀନଙ୍କ ପ୍ରଚାର ଗାଡି, ମୈଦାନରେ ଟକ୍କର ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ratnamani Maharana