Loading...

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେଲେ ଇମ୍ରାନ ଖାନ

ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ରାତିରେ ସଂସଦୀୟ ବୈଠକରେ ଅନାସ୍ଥା ଭୋଟ୍ ପୂର୍ବରୁ ଉଭୟ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ ।

ସରିଲା ପାକିସ୍ତାନ ସସପେନ୍ସ । ବିଦା ହେଲେ ଇମ୍ରାନ ଖାନ । ଅନାସ୍ଥା ଭୋଟରେ ବିଜୟୀ ହେଲେ ବିରୋଧୀ । ପରାଜୟ ହେଲା ଇମ୍ରାନଙ୍କ ସରକାର । ରାତିରେ ସଂସଦୀୟ ବୈଠକରେ ଅନାସ୍ଥା ଭୋଟ୍ ପୂର୍ବରୁ ଉଭୟ ବାଚସ୍ପତି ଓ ଉପ ବାଚସ୍ପତି ଇସ୍ତଫା ଦେଇଥିଲେ । ବାଚସ୍ପତି ଓ ଉପବାଚସ୍ପତିଙ୍କ ଇସ୍ତଫା ପରେ ଜଣେ ଅସ୍ଥାୟୀ ବାଚସ୍ପତି ଅନାସ୍ଥା ଭୋଟ କରାଇଥିଲେ । ଯେଉଁଥିରେ ପତନ ଘଟିଛି ଇମ୍ରାନ ସରକାରଙ୍କର । ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ ।

ଅନାସ୍ଥା ମତଦାନରେ ଇମ୍ରାନ ଖାନଙ୍କ ସରକାର ବିରୋଧରେ ୧୭୪ଟି ଭୋଟ ପଡ଼ିଥିଲା । ଅନାସ୍ଥା ଭୋଟରେ ହାରିବା ପରେ ଇମ୍ରାନ ପ୍ରଧାନମନ୍ତ୍ରୀ ଆବାସ ଛାଡ଼ିଥିବା ଜଣାପଡ଼ିଛି । ସେପଟେ ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବା ପରେ ଇମ୍ରାନଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇ ଆସିଥିବାରୁ ବିଭିନ୍ନ ସହରରେ ସେନା ମୁତୟନ କରାଯାଇଛି । ସମସ୍ତ ବିମାନ ଘାଟିରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି । ଗତକାଲି ପାକିସ୍ତାନର ସଂସଦ ରାତି ୧୦ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା । ସାଢେ ୮ଟାରେ ହେବାର ଥିଲା ଭୋଟିଂ । ଅବିଶ୍ୱାସ ପ୍ରସ୍ତାବ ଉପରେ ସଂସଦରେ ଭୋଟିଂ ପୂର୍ବରୁ ଗୃହ ସ୍ଥଗିତ ରହିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.