News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇମ୍‌ରାନ୍‌ ଖାନ୍‌ଙ୍କ ଚିଠି

E

ବାଲାକୋଟ ଆକ୍ରମଣ  ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ତିକ୍ତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କୌଣସି ପରିସ୍ଥିତିରେ ବି ବୁଝାମଣା ପାଇଁ ଅରାଜି। ନିକଟରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଦିନରେ ପଡୋଶୀରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲାବେଳେ ପାକ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ତେବେ ଏଭଳି ପରିସ୍ଥିତିରେ ମୋଦିଙ୍କ ପାଖକୁ ଆସିଛି ଏକ  ଚିଠି ଯାହାକୁ ଦେଇଛନ୍ତି ପାକ ପ୍ରଧାନମନ୍ତ୍ରୀ ଇମରାନ ଖାନ। କାଶ୍ମୀର ସମେତ ସବୁ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବା ପାଇଁ ଚାହୁଥିବା କହିଛନ୍ତି ଇମ୍‌ରାନ୍‌ ଖାନ୍‌ । ଭାରତ ସହ ମିଶି ପାକିସ୍ତାନ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଇମ୍‌ରାନ୍‌ ।

ସେହିପରି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀ   ତାଙ୍କ ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କରଙ୍କୁ ମଧ୍ୟ ଏକ ଚିଠି ଲେଖି ଶୁଭେଚ୍ଛା ଜଣାଇବା ସହିତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ପାକିସ୍ତାନ ନୂଆଦିଲ୍ଲୀ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପାକିସ୍ତାନ ପ୍ରତିବଦ୍ଧ ବୋଲି କ୍ୟୁରେଶୀ ଚିଠିରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, ୨୦୧୬ ଜାନୁୟାରୀରେ ପଠାନକୋଟସ୍ଥିତ ବାୟୁସେନା ଘାଟିରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ଆଲୋଚନା ବନ୍ଦ ରହିଛି।

ପଢନ୍ତୁ: କେରଳରେ ମୌସୁମୀ: ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

Related posts

ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ENO Beuro

ଡିସେମ୍ବର ୨୭ ତାରିଖଠାରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ

ENO Beuro

ଆଜି ରସଗୋଲା ଦିବସ,ମହାପ୍ରଭୁଙ୍କୁ ଲାଗିବ ରସଗୋଲା ଭୋଗ

ENO Beuro

Leave a Comment