News

ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟରଙ୍କୁ ନିମନ୍ତ୍ରଣ କଲେ ଇମ୍ରାନ

ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍ ଖାନ୍। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ତେବେ ସେହି ଚର୍ଚ୍ଚା ଥଣ୍ଡା ପଡ଼ିଯିବା ପରେ ଏବେ ସତସତିକା ଡାକରା ପାଇଛନ୍ତି ବଲିଉଡ୍ ଓ କ୍ରିକେଟ୍ ଷ୍ଟାରମାନେ।

ଏହି ଶପଥ ଗ୍ରହଣ ଉତ୍ସବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ୍‌ ସୁନୀଲ ଗାଭାସ୍କର, କପିଳ ଦେବ ଓ ବ୍ୟାଟ୍ସମ୍ୟାନ୍‌ ନବଜୋତ ସିଂ ସିଦ୍ଧୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ବଲିଉଡ ନାୟକ ଆମିର ଖାଁଙ୍କୁ ମଧ୍ୟ ଏଥିପାଇଁ ନିମନ୍ତ୍ରଣ ମିଳିଥିବା ପାକିସ୍ତାନ ଖବରକାଗଜ ଡନ୍‌ ପ୍ରକାଶ କରିଛି। ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ ମିଳିପାରେ ବୋଲି ପୂର୍ବରୁ ଅନୁମାନ କରାଯାଉଥିବା ବେଳେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ଶପଥ ଗ୍ରହଣ ଉତ୍ସବକୁ ଇମ୍ରାନ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଥିବା ଖବରକୁ ସେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ଏଥିନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ବୈଦେଶିକ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସୂଚନାଯୋଗ୍ୟ,ଶପଥ ଉତ୍ସବକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇପାରେ ବୋଲି କୁହାଯାଉଥିଲା।

ପଢନ୍ତୁ;ଭର୍ତ୍ତୃହରି ମହତାବଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

Related posts

ହାତ ଲେଖା ଚାଲାଣ ଯୁଗ ସରିଲା,ଏଣିକି ଇ-ଚାଲାଣ

ENO Beuro

ହାଇଦ୍ରାବାଦ ବିସ୍ଫୋରଣ ଘଟଣା:ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

ENO Beuro

Odisha Para Athlete Jayanti Behera Had Bagged Gold In World Junior Championships

ENO Beuro

Leave a Comment