News

ଏନ୍‌ଟିସିଏ ର ବ୍ୟାଘ୍ର ଗଣନା ପ୍ରସ୍ତାବ, ପ୍ରଥମଥର ଲାଗି ଭାରତ, ନେପାଳ ଓ ବାଂଲାଦେଶ ଏକାସହ ହେବେ ସାମିଲ

By ENO Beuro

November 04, 2017

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)  ପକ୍ଷରୁ ବ୍ୟାଘ୍ର ଗଣନା ପ୍ରସ୍ତାବ । ଭାରତରେ ବ୍ୟାଘ୍ର ଗଣନା ଭାର ନେଇଥିବା ଏନ୍‌ଟିସିଏ ଦେଶରେ ଥିବା ସମସ୍ତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ଜାତୀୟ ଉଦ୍ୟାନ ଏବଂ ବନ୍ୟଜନ୍ତୁ ଅଭୟାରଣ୍ୟରେ ଏକ ସମୟରେ ବୃହତ୍‌ ମାର୍ଜାରମାନଙ୍କର ଗଣନା କରି ସମାନତା ଆଣିବା ଆଦି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି।

ପ୍ରଥମ ଥର ଲାଗି ଭାରତ, ନେପାଳ ଏବଂ ବାଂଲାଦେଶ ନିବିଡ଼ ପାରସ୍ପରିକ ସହାୟତାରେ ନିଜ ନିଜର ସୀମାରେଖା ମଧ୍ୟରେ ୨୦୧୮ର ବ୍ୟାଘ୍ର ଗଣନା କରିବେ।

ବ୍ୟାଘ୍ର ଗଣନା ପାଇଁ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଦେଶରେ ଥିବା ୬ଟି ଫରେଷ୍ଟ୍‍ ଜୋନ୍‌ରେ ପ୍ରଥମ ଥର ଲାଗି ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ଫିଲ୍‌ଡ୍‌ ଡାଇରେକ୍‌ଟର୍‌, ଡିଏଫ୍‌ଓ ଏବଂ ରେଞ୍ଜ୍‌ ଅଫିସର୍‌ମାନଙ୍କୁ ବିଶେଷ ତାଲିମ ଦିଆଯିବ।

ଆମ ସହ ଏକ ସଙ୍ଗରେ ନିଜ ନିଜ ଦେଶରେ ବ୍ୟାଘ୍ର ଗଣନା କରାଇବାକୁ ଉଭୟ ନେପାଳ ଏବଂ ବାଂଲାଦେଶ ଆଗ୍ରହ ପ୍ରଦର୍ଶନ କରିଛନ୍ତି। କାରଣ ସେମାନଙ୍କର କେତେକ ବନ୍ୟାଞ୍ଚଳ ଭାରତୀୟ ସୀମାରେଖା ପାଖରେ ଅବସ୍ଥିତ ବୋଲି ଏନ୍‌ଟିସିଏର ଅତିରିକ୍ତ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ ବୈଭବ ମାଥୁର କହିଛନ୍ତି।

ପଢନ୍ତୁ, ଚାଷୀଙ୍କ ଆତ୍ମହତ୍ୟା ଓ ଫସଲହାନୀ କ୍ଷତିପୂରଣ ଉପରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏ କି ମତ?