VASTU

ହୋଲିରେ ଭାଙ୍ଗର ମହତ୍ଵ ଅଧିକ। ତେବେ ଜାଣନ୍ତୁ ଏହାର କାରଣ କଣ

ହୋଲି କେବଳ ରଙ୍ଗର ପର୍ବ ନୁହେଁ, ଏହାକୁ ପ୍ରେମର ପର୍ବ ବୋଲି ମଧ୍ୟ କୁହାଯାଏ । ଏହି ଦିନ ସବୁ ରାଗ ରୁଷା ଭୁଲି, ରଙ୍ଗ ଖେଳି ଏକ ନୂଆ କରି ଆରମ୍ଭ କରାଯାଏ ଜୀବନ । ହୋଲିରେ ଲୋକେ ଭାଙ୍ଗ ମିଶା ସରବତ  ପିଇ ରଙ୍ଗ ଖେଳର ମଜା ଉଠାଇଥାଆନ୍ତି । ହୋଲିରେ ଭାଙ୍ଗ ପଣାର ମହତ୍ଵ   ଅଧିକ। କେହି କେହି ଭାଙ୍ଗ ବିନା ହୋଲିର କିଛି ମାନେ ନାହି ବୋଲି ମଧ୍ୟ କୁହନ୍ତି। ଆସନ୍ତୁ ଜାଣିବା କଣ ପାଇଁ!!!

ଅଥର୍ବବେଦରେ ଯେଉଁ ୫ଟି ବୃକ୍ଷକୁ ସବୁଠାରୁ ପବିତ୍ର ବୃକ୍ଷ  ବୋଲି ଆଖ୍ୟା ଦିଆଯାଇଛି ସେମଧ୍ୟରୁ ଭାଙ୍ଗ ବୃକ୍ଷ ହେଉଛି ଅନ୍ୟତମ । ଭାଙ୍ଗ ବୃକ୍ଷରେ ଭରପୁର ମାତ୍ରାରେ ଔଷଧୀୟ  ଗୁଣ ରହିଛି । ଏହା ହଜମତନ୍ତ୍ରକୁ ସଠିକ୍ କରିବା ସହ ଭୋକ ବଢାଇରେ ସାହାଯ୍ୟ କରିଥାଏ । କିନ୍ତୁ ଏହାକୁ ଅଧିକ ପରିମାଣର ବ୍ୟବହାର କରିବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ବହୁ ବର୍ଷ ପୂର୍ବେ ଭାରତୀୟ ଭାଙ୍ଗ ଔଷଧି ଆୟୋଗ ରିପୋର୍ଟ ଅନୁଯାୟୀ, ଆୟୁବେର୍ଦିକ ଔଷଧରେ ଭାଙ୍ଗକୁ ​ପେନସିଲିନ ବୋଲି କୁହାଯାଇଛି ।

ପୁରାଣ ଅନୁସାରେ, ଏକଦା ଭଗବାନ ଶିବ ପରିବାର ସଦସ୍ୟଙ୍କ ସହ କଳି କରି ଘରୁ ବାହାରି ଯାଇ ଏକ ଭାଙ୍ଗ କ୍ଷେତରେ ଶୋଇ ପଡିଥିଲେ । ସକାଳୁ ଉଠିଲା ପରେ ମହାଦେବଙ୍କୁ ଭୋକ ଲାଗିବାରୁ ସେ କ୍ଷେତରେ ଥିବା ଭାଙ୍ଗ ପତ୍ରକୁ ସେବନ  କରିଥିଲେ । ଏହା ପରେ ସେ ନିଜକୁ ବେଶୀ ଫୂର୍ତ୍ତି ଓ ସତେଜ  ଅନୁଭବ କରିଥିଲେ । ଏହି କାରଣରୁ ମହାଦେବଙ୍କୁ ଭାଙ୍ଗ ଲାଗି କରାଯାଏ ।

ତେବେ ଶିଖ୍ ଯୋଦ୍ଧାମାନେ ରଣଭୂମିକୁ  ଯିବା ପୂର୍ବରୁ ଭାଙ୍ଗ ଖାଇଥାନ୍ତି କାରଣ ରଣକ୍ଷେତ୍ରରେ ପୁରା କ୍ଷମତାର ସହ ଲଢି ପାରିବେ ଏବଂ ଶରୀରରେ କୌଣସି ଆଘାତ ଲାଗିଲା ପରେ ମଧ୍ୟ କଷ୍ଟ ଅନୁଭବର ମାତ୍ର ବେଶି ହୋଇନଥାଏ ।
ପଢନ୍ତୁ: ଘର ପୋଛିବା ବେଳେ ବାସ୍ତୁ ଅନୁଯାଇ କରନ୍ତୁ ଏହି କାମ ଘରେ ସୁଖ ସମୃଦ୍ଧି ଲାଗି ରହିବ

Related posts

ରାଶି ଅନୁସାରେ ଜାଣନ୍ତୁ କେଉଁ ବ୍ୟବସାୟ କଲେ ସଫଳତା ମିଳିବ ?   

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନି-ପ୍ଲାଣ୍ଟ ରଖିଲେ କ’ଣ ଫାଇଦା ମିଳିଥାଏ ଜାଣନ୍ତୁ ?

ENO Beuro

ଘରୁ ବାହାରିବା ସମୟରେ କରନ୍ତୁ ଏହି କାମ ! ବଦଳିପାରେ ଆପଣଙ୍କ ଭାଗ୍ୟ

ENO Beuro

Leave a Comment