News

୧୭ ଜିଲ୍ଲାରେ ୩୮ଟି ଆହାର କେନ୍ଦ୍ରକୁ ସଚିବାଳୟରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ରାଜ୍ୟର ନୂତନ ଆହାର ଯୋଜନାର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ।୧୭ଟି ଜିଲ୍ଲାରେ ୩୮ଟି ସହରାଞ୍ଚଳ ପାଇଁ ୩୮ଟି ନୂତନ ଆହାର କେନ୍ଦ୍ରକୁ ଲୋକାର୍ପଣ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ସୁଲଭ ମୂଲ୍ୟରେ ସବୁ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ଖାଦ୍ୟ। ପ୍ରତିଦିନ ୧ଲକ୍ଷ ଲୋକ ଉପକୃତ ହେଉଛନ୍ତି ଏହି ଯୋଜନାରେ ବୋଲି କହିଲେ ମୁଖ୍ୟମନ୍ତ୍ରୀ।

ବର୍ତମାନ ୧୫୭ଟି ଆହାର କେନ୍ଦ୍ରରେ ପ୍ରତିଦିନ ୧ଲକ୍ଷ ଲୋକଙ୍କୁ ଭୋଜନ ଯୋଗାଇ ଦିଆଯାଉଛି ମାତ୍ର ୫ଟଙ୍କାରେ। ଏଥିରେ ଯୋଡିହେବ ଆଉ ୩୮ଟି ନୂଆ ଆହାର କେନ୍ଦ୍ର । ୨୦୧୫ ଏପ୍ରିଲ ୧ତାରିଖରେ ଆହାର ଯୋଜନା ଶୁଭାରମ୍ଭ ହୋଇଥିଲା । ଏହି ୩୮ଟି ଆହାର କେନ୍ଦ୍ରର ଲୋକାର୍ପଣ ପରେ ଆଜି ରାଜ୍ୟର ସମସ୍ତ ୩୦ଟି ଜିଳ୍ଲାର ୧୧୪ଟି ସହରାଞ୍ଚଳରେ ଆହାର କେନ୍ଦ୍ର ସ୍ଥାପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚ୍ଚିବାଳୟରୁ ଏହି ଆହାର କେନ୍ଦ୍ରର ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି ଆଜି।

ପଢନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:ସ୍କୁଟିକୁ ପିଟିଲା ଟ୍ରେଲର, ୨ମୃତ

 

 

Related posts

୨୦୧୯ରେ ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେନି ରାଜ୍ୟପାଳ

Ratnamani Moharana

ପାକିସ୍ତାନକୁ ଝଟ୍‌କା ଦେଲା ଭାରତ: ପାକିସ୍ତାନକୁ ସୀମା ପାର ବାଣିଜ୍ୟ କାରବାର ବନ୍ଦ

Ratnamani Moharana

ଓଡିଶା ଛାଡିଲେ ପୂର୍ବତନ ରାଜ୍ୟପାଳ ଏସ.ସି ଜମିର! ବିମାନବନ୍ଦରରେ ପ୍ରଦାନ କରାଗଲା ଗାର୍ଡ ଅଫ୍ ଅନର

ENO Beuro

Leave a Comment