Loading...

ରାଜସ୍ଥାନରେ ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

ରାଜସ୍ଥାନରେ ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ଉଦ୍‌ଘାଟନ ଆଜି

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମାଣ ହୋଇଛି। ଶନିବାର ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ।

ବିଶ୍ବର ସର୍ବୋଚ୍ଚ ଶିବମୂର୍ତ୍ତି ରାଜସ୍ଥାନର ରାଜସମନ୍ଦ ଜିଲ୍ଲାର ନାଥଦ୍ବାରାରେ ନିର୍ମାଣ ହୋଇଛି। ଶନିବାର ଭଗବାନ ଶିବଙ୍କ ଏହି ମୂର୍ତ୍ତି ଲୋକାର୍ପଣ ହେବ। ଉକ୍ତ ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ଥିବାବେଳେ ଏହାର ନାମ ଷ୍ଟାଚ୍ୟୁ ଅଫ ବିଲିଫ୍‌ ବା ବିଶ୍ବାସ ସ୍ବରୂପମ୍‌ ଦିଆଯାଇଛି। ଉକ୍ତ ମୂର୍ତ୍ତି ନିର୍ମାଣ ପାଇଁ ୧୦ ବର୍ଷ ସମୟ ଲାଗିଛି। ସନ୍ଥ କୃପା ସନାତନ ସଂସ୍ଥାନ ଦ୍ବାରା ଏହାର ନିର୍ମାଣ କରାଯାଇଛି। ନାଥଦ୍ବାରାର ଗଣେଶ ଟେକରୀରେ ନିର୍ମାଣ ହୋଇଥିବା ଏହି ପ୍ରତିମାରେ ୩୦୦୦ ଟନ ଇସ୍ପାତ ଓ ଲୁହା, ୨.୫ ଲକ୍ଷ ଘନ ଫୁଟ୍‌ର କଂକ୍ରିଟ ଓ ବାଲି ବ୍ୟବହାର ହୋଇଛି। ୨୫୦ କିମି ବେଗରେ ପବନ ବହିଲେ ମଧ୍ୟ ମୂର୍ତ୍ତି ସୁରକ୍ଷିତ ‌ରହିବ। ଷ୍ଟାଚ୍ୟୁ ଅଫ୍ ବିଲିଫର ପରିକଳ୍ପନା ମିରାଜଗ୍ରୁପ, ଉଦୟପୁରର ଅଧ୍ୟକ୍ଷ ମଦନ ପାଲିୱାଲ କରିଥିଲେ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.