Entertainment

ପ୍ରିୟଙ୍କା ଚୋପ୍ରାଙ୍କୁ ପୁଣି ଥରେ ଆୟକର ବିଭାଗର ନୋଟିସ୍‌

ନାୟିକା ପ୍ରିୟଙ୍କା ଚୋପ୍ରା ଏବେ ଆୟକର ବିଭାଗର ଦୃଷ୍ଟିରେ ପଡ଼ିଛନ୍ତି।୨୦୧୧ରେ ଆୟକର ବିଭାଗ ପକ୍ଷରୁ ତାଙ୍କୁ ଅନିୟମିତତା ନେଇ ଏକ ନୋଟିସ୍‌ ଦିଆ ଯାଇଥିଲା।ଆୟକର ବିଭାଗ ପକ୍ଷରୁ କୁହାଯାଉଛି ଯେ,ଗ୍ରହଣ କରିଥିବା ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ଆୟକର ଦେବା ବାଧ୍ୟତାମୂଳକ।

୨୦୧୧ରେ ଆୟକର ବିଭାଗ ପକ୍ଷରୁ ପ୍ରିୟଙ୍କା ଚୋପ୍ରାଙ୍କ ବାସଭବନରେ ଚଢ଼ଉ କରାଯାଇଥିଲା। ସେହି ଚଢ଼ଉ ବେଳେ ଆୟକର ବିଭାଗର ଅଧିକାରୀମାନେ ଜାଣିବାକୁ ପାଇଥିଲେ ଯେ ଏକ ବିଳାସପୂର୍ଣ୍ଣ କାର୍‌ ଓ ମୂଲ୍ୟବାନ୍‌ ଘଣ୍ଟା ବାବଦରେ ପ୍ରିୟଙ୍କା ଚୋପ୍ରା ଆୟକର ଦେଇ ନାହାନ୍ତି। ସେ ଆମେରିକୀୟ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ ଲିଡ଼୍‍ ରୋଲ୍‌ କରିଥିଲେ। ସେତେବେଳେ ପ୍ରିୟଙ୍କା କହିଥିଲେ ଯେ ତାଙ୍କର ପରଫରମାନ୍‌ସରେ ଉତ୍ସାହିତ ହୋଇ ଏକ କଂପାନି ପକ୍ଷରୁ ଏଲଭି ଏମ୍‌ଏଚ୍‌-ଟ୍ୟାଗ୍‌ ଓମଚ୍‌ (ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କା)ଓ ଟୋୟୋଟା -ପ୍ରିୟୁଷ୍‌ କାର୍‌(ଯାହାର ମୂଲ୍ୟ୨୭ ଲକ୍ଷ ଟଙ୍କା) ଉପହାର ସ୍ୱରୂପ ଦିଆଯାଇଥିଲା।

ଚଢ଼ାଉ ସମୟରେ ଆୟକର ବିଭାଗର ଅଧିକାରୀମାନେ ଏକ ଡ଼ାଇରି ମଧ୍ୟ ଜବତ କରିଥିଲେ,ଯେଉଁ ଥିରେ ପ୍ରିୟଙ୍କାର ସମସ୍ତ ଦେଣ-ନେଣ ତଥ୍ୟ ବିସ୍ତୃତ ଆକାରରେ ଲେଖା ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ଟିକସ୍‌ ପଇଠ କରିବା ଲାଗି ନିର୍ଦ୍ଦେଶ ଦିଆ ଯାଇଥିଲା। ଏହା ବିରୋଧରେ ପ୍ରିୟଙ୍କା ଟ୍ରିବ୍ୟୁନାଲ୍‌ରେ ଆବେଦନ କରିଥିଲେ। କିନ୍ତୁ ସେଠି ମଧ୍ୟ ତାଙ୍କୁ ସମାନ ନିର୍ଦ୍ଦେଶ ଦିଆ ଯାଇଥିଲା। ହେଲେ ଏଯାବତ୍‌ ପ୍ରିୟଙ୍କା ଚୋପ୍ରା ଉକ୍ତ ଆୟକର ପଇଠ କରି ନାହାନ୍ତି । ହେତୁ ଆୟକର ବିଭାଗ ପୁଣି ଥରେ ତାଙ୍କୁ ନୋଟିସ୍‌ ଦେଇଛନ୍ତି।

ପଢନ୍ତୁ ;

ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ,ଆସନ୍ତୁ ଜାଣିବା ମହିଳାମାନଙ୍କ ବିଷୟରେ ଏହି ୭ଟି ଗୁଣ

Related posts

ଏଥର ଗୁରୁ ଭୂମିକାରେ ନଜର ଆସିବେ ଟାଇଗର୍‌ ଶ୍ରଫ୍‌

ENO Beuro

“ମୁ ତୁମର” ଆଲବମ ଟିର ଷ୍ଟୁଡିଓ ଭର୍ସନ ୟୁଟ୍ୟୁବୁ ରେ ୨ ମିଲିୟନ ଟପି ଏବେ ଚର୍ଚାରେ

ENO Beuro

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

ENO Beuro

Leave a Comment