News

ଲୋୟର ପିଏମଜି ବଦଳରେ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍

Untitled 1

ବଦଳିଲା ରାଜ୍ୟସ୍ତରୀୟ ପରେଡ଼ ସ୍ଥଳ । ପିଏମ୍‌ଜି ନିକଟ ଗାନ୍ଧିମାର୍ଗରେ ଆଉ ରାଜ୍ୟ ସ୍ତରୀୟ ପରେଡ୍‌ ହେବ ନାହିଁ । ଆଗାମୀ ଅଗଷ୍ଟ ୧୫ରେ ରାଜ୍ୟସ୍ତରୀୟ ପରେଡ୍‌ ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ହେବ । ଏ ସମ୍ପର୍କରେ ଗତ କିଛି ଦିନ ହେବ ରାଜ୍ୟ ସରକାର ବିଚାର ବିମର୍ଶ କରୁଥିଲେ । ଆଜି ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ବିଧିବଦ୍ଧ ଘୋଷଣା କରିଛନ୍ତି । ଗାନ୍ଧିମାର୍ଗରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିବାରୁ ପରେଡ୍‌ ସ୍ଥଳରେ ପରିବର୍ତ୍ତନ କରାଯାଇଥିବା କୁହାଯାଇଛି ।

ଦିଲ୍ଲୀ ଶୈଳୀରେ ଏଥର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ

ଏଥର କେତେକ ନୂତନ ନିୟମ କରାଯାଇଛି। ଏଥିରେ ପୂର୍ବଥରମାନଙ୍କ ଭଳି ଛାତ୍ରଛାତ୍ରୀମାନେ ପରେଡରେ ଭାଗ ନେଇପାରିବେ ନାହିଁ । ଏଥର ଛାତ୍ରଛାତ୍ରୀମାନେ ଦର୍ଶକ ହୋଇ ପରେଡ୍ କାର୍ଯ୍ୟକ୍ରମକୁ ଉପଯୋଗ କରିବେ । ତେବେ କେବଳ ପୁଲିସ୍ କର୍ମଚାରୀମାନେ ସାମରିକ କଳା କୌଶଳ ପ୍ରଦର୍ଶନ କରିବେ । ପୂର୍ବଥର ଭଳି ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଜାତୀୟ ପତକା ଉତ୍ତୋଳନ କରିବେ। ସେ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବେ ବୋଲି ସୂଚନା ରହିଛି।

ପଢନ୍ତୁ:କାଶ୍ମୀରରେ ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଆମେରିକାର ବୟାନ୍

Related posts

କୋର୍ଟରେ ଆତ୍ମସମର୍ପଣ କଲେ ଲାଲୁ ପ୍ରସାଦ ଯାଦବ

ENO Beuro

ଆଜି କାର୍ଗିଲ ବିଜୟ ଦିବସ, ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ

Ratnamani Moharana

ତାତିରେ କଲବଲ ସାରା ରାଜ୍ୟ, ତାତି ଆହୁରି ୨ ଦିନ

Ratnamani Moharana

Leave a Comment