Uncategorized

ସ୍ୱାଧୀନତା ଦିବସରେ ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି

Bhabaneswara

ଆଉ ପାଞ୍ଚ ଦିନ ପରେ ସ୍ୱାଧୀନତା ଦିବସ। ରାଜ୍ୟସ୍ତରୀୟ ଉତ୍ସବ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି। ଚଳିତବର୍ଷ ଗାନ୍ଧୀମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ହେବ ସ୍ୱାଧୀନତା ଉତ୍ସବ। ସେଠାରେ ଏବେ ପ୍ରସ୍ତୁତି ଚାଲିଲାଣି। ଚଳିତ ବର୍ଷ ମୁଭିଂ ପରେଡ ହେବନାହିଁ କେବଳ ରାଷ୍ଟ୍ରୀୟ ସାଲ୍ୟୁଟ୍‌ ଦିଆଯିବ। ଏଥିରେ ଭାଗ ନେବେ ୪ଟି ଟ୍ରୁଫ୍‌। ୧୨ହଜାର ଦର୍ଶକ ମାନଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ସୁରକ୍ଷାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ । ଟ୍ରାଫିକ୍‌ ଓ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ତିଆରି କରିଛି ପୋଲିସ ।

କେଉଁ ମନ୍ତ୍ରୀ କେଉଁଠି ପତାକା ଉତ୍ତୋଳନ କରିବେ

ସମସ୍ତ ଜିଲାରେ ମନ୍ତ୍ରୀମାନେ ପତାକା ଉତ୍ତୋଳନ  କରିବା ସହ ପରେଡ ଅଭିବାଦନ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।  କେଉଁ ଜିଲାରେ କେଉଁ ମନ୍ତ୍ରୀ ପରେଡ଼ ଅଭିବାଦନ ଗ୍ରହଣ କରିବେ, ସେ ସମ୍ପର୍କରେ ସୂଚନା ଦିଆଯାଇଛି। କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ  ପତାକା ଉତ୍ତୋଳନ କରିବେ। ସେହିପରି ଅନୁଗୋଳରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ  ପତାକା ଉତ୍ତୋଳନ କରିବେ।  ପୁରୀରେ ପ୍ରଫୁଲ୍ଲ କୁମାର ମଲ୍ଲିକ, କେନ୍ଦ୍ରାପଡ଼ାରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଳାହାଣ୍ଡିରେ ପଦ୍ମନାଭ ବେହେରା, ମୟୂରଭଞ୍ଜରେ ପ୍ରତାପ ଜେନା, ଢେଙ୍କାନାଳରେ ଅରୁଣ ସାହୁ, ସୁନ୍ଦରଗଡ଼ରେ ସୁଦାମ ମାରାଣ୍ଡି ପତାକା ଉତ୍ତୋଳନ କରିବେ। ସେହିପରି କନ୍ଧମାଳରେ ସୁଶାନ୍ତ ସିଂହ, ବଲାଙ୍ଗିରରେ ନବ ଦାସ, ନୟାଗଡ଼ରେ ଟୁକୁନି ସାହୁ, କେନ୍ଦୁଝରରେ ଜଗନ୍ନାଥ ସାରକା, ସମ୍ବଲପୁରରେ ଦିବ୍ୟଶଙ୍କର ମିଶ୍ର,ବାଲେଶ୍ୱରରେ ଅଶୋକ ପଣ୍ଡା, ଯାଜପୁରରେ ସମୀର ରଞ୍ଜନ ଦାସ, ନବରଙ୍ଗପୁରରେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କୋରାପୁଟରେ ପ୍ରେମାନନ୍ଦ ନାୟକ, ମାଲକାନଗିରିରେ ରଘୁନନ୍ଦନ ଦାସ, ରାୟଗଡ଼ାରେ ପଦ୍ମିନୀ ଦିଆନ ଓ ଗଜପତିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ: ସେନା ଅଫିସକୁ ରାଖୀ ପଠାଇଲେ ଯାଜପୁରର କଲେଜ ଛାତ୍ରୀ

Related posts

ଘଣ୍ଟାକ ବର୍ଷାରେ ଉବୁଟୁବୁ ରାଜଧାନୀ

Ratnamani Moharana

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାର

ENO Beuro

ପ୍ରେକ୍ଷାଳୟରେ ରାକେଶ – ଜୟାଙ୍କ ‘ଲଭ ପ୍ରମିଜ୍’ !

ENO Beuro

Leave a Comment