News

ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ବ୍ଲକ କଲା ପାକିସ୍ତାନ!

ରାଜନୈତିକରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି।

ଭାରତ ସରକାରଙ୍କ ସମସ୍ତ ସରକାରୀ ୱେବସାଇଟକୁ ବ୍ଲକ କରିଛି ପାକିସ୍ତାନ। ୨୦୧୭ ମେ ରୁ ଭାରତର ‘ଗଭ୍‌ ଡଟ୍‌ ଇନ ଡୋମେନ’ ଥିବା ସବୁ ଭାରତୀୟ ସରକାରୀ ୱେବସାଇଟକୁ ପଡୋଶି ରାଷ୍ଟ୍ର ବ୍ଲକ କରି ରଖିଛି।

ଭାରତ ନୋଟିସ ଦେବା ପରେ ୱେବସାଇଟ ବ୍ଲକ ଅଭିଯୋଗକୁ ପାକିସ୍ତାନ ରୋକଠୋକ ଅସ୍ଵୀକାର କରିଛି। ଆଉ ଏହାକୁ ନେଇ ମାର୍ଚ୍ଚ ୧୯ରୁ ଦିଲ୍ଲୀରେ ହେବାକୁ ଥିବା ୱାର୍ଲଡ ଟ୍ରେଡ ଅର୍ଗାନାଇଜେସନର ବୈଠକରେ ସାମିଲ ହେବନି ବୋଲି ପାକିସ୍ତାନ ସ୍ପଷ୍ଟ କରିଛି । ତେବେ ପାକିସ୍ତାନର ଉଦ୍ଦେଶ୍ୟ ହେଉଛି ସେଠାରେ ଥିବା ଭାରତୀୟ ଅଧିକାରୀଙ୍କୁ ଭାରତର ୱେବସାଇଟ ଠାରୁ ଦୂରେଇ ରଖିବା ବୋଲି ଚର୍ଚ୍ଚା ହେଉଛି।

ଏକ ଭାରତୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ,ପାକିସ୍ତାନରେ ଥିବା ଭାରତୀୟ ଅଧିକାରୀ ନିଜ ଦେଶର ୱେବସାଇଟକୁ ଦେଖିନପାରନ୍ତୁ, ଏହା ତାଙ୍କର ମୂଳ ଉଦ୍ଦେଶ୍ୟ ବୋଲି ଅନେକ ଅଭିଯୋଗ ଆସିଛି। ଯାହାଦ୍ୱାରା ପାକିସ୍ତାନୀ ନାଗରିକ ମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ଓ ଭାରତୀୟ ଭିସା ଫର୍ମ ଡାଉନଲୋଡ଼୍‌ କରିପାରୁ ନାହାନ୍ତି।

ପଢନ୍ତୁ;

ଆଖିର ଜ୍ୟୋତି ବଢ଼ାଇବା ସହ ବୟସର ଛାପ କମ୍ କରିଥାଏ ଏହି ପରିବା! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

Related posts

ନିଜକୁ ଗୁଳି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍ ଅଫିସର

ENO Beuro

ବର୍ଷା ପାଇଁ ବାତିଲ ହେଲା ପରୀକ୍ଷା

ENO Beuro

ଲମ୍ବା ପ୍ରତୀକ୍ଷା ପରେ କମିଲା ବସ୍ ଭଡା

ENO Beuro

Leave a Comment