SPORTS

ରୋମାଞ୍ଚକର ଟାଇ: ପରାଜୟରୁ ବର୍ତ୍ତିଲା ଭାରତ,ହୃଦୟ ଜିତିଲା ଆଫଗାନିସ୍ତାନ

match

ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ଟାଇ

ଗତକାଲି ଭାରତ-ଆଫଗାନିସ୍ତାନ ମ୍ୟାଚ୍‌ ବେଶ ରୋମାଞ୍ଚପୂର୍ଣ ହୋଇଥିଲା। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍। ଚଳିତ ଏସିଆ କପ୍‌ର ଏକ ଲିଗ୍ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନ ବାଂଲାଦେଶକୁ ୧୩୬ ରନ୍‌ରେ ପରାସ୍ତ କରି ସମସ୍ତଙ୍କ ହୃଦୟ ଜିତିଥିଲା। ସେହିଭଳି ସୁପର୍ ଫୋର୍ ରାଉଣ୍ଡରେ ମଧ୍ୟ ଏକ ମ୍ୟାଚ୍‌ରେ ଦଳ ପାକିସ୍ତାନ୍‌ଠାରୁ ହାରିଥିଲେ ମଧ୍ୟ ସମସ୍ତଙ୍କ ମନ ଜିଣିଥିଲା। କାରଣ ପାକିସ୍ତାନ୍ ମାତ୍ର ୩ଟି ବଲ୍ ବାକି ଥାଇ ଉକ୍ତ ମ୍ୟାଚ୍ ଜିତିଥିଲା।

match

ଏହି ରୋମାଞ୍ଚକର ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ଉଇକେଟ ହରାଇ ୨୫୨ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ଗୋଟିଏ ବଲ ବାକିଥାଇ ୨୫୨ ରନ କରି ଅଲଆଉଟ ହେବା ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ୨୫୩ ରନ ଟାର୍ଗେଟର ପିଛା କରି ଭାରତ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୩ଟି ରନ୍‌ ଆଉଟ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳ ତରଫରୁ ଓପନର ଲୋକେଶ ରାହୁଲ ୬୦, ଅମ୍ବାତ୍ତି ରାୟୁଡୁ ୫୭, ଦୀନେଶ କାର୍ତ୍ତିକ ୪୪, ରବୀନ୍ଦ୍ର ଜାଡେଜା ୨୫, କେଦାର ଯାଦବ ୧୯, ଦୀପକ ଚହର ୧୨ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ପକ୍ଷରୁ ଅଫତାବ ଆଲମ, ମହମ୍ମଦ ନବି, ରସିଦ ଖାଁ ଦୁଇଟି ଲେଖାଏ, ଜାଭେଦ ଅହମଦି ଗୋଟିଏ ଉଇକେଟ ହାସଲ କରିଥିଲେ।

ପୂର୍ବରୁ ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହିପରି ଟାଇ ହୋଇଥିଲା । ସେହି ମ୍ୟାଚରେ ଭାରତକୁ ବିଜୟ ପାଇଁ ଶେଷ ବଲରେ ଦୁଇ ରନ୍ ଆବଶ୍ୟକ ଥିଲା । କିନ୍ତୁ ଆଣ୍ଡରସନଙ୍କ ଅନ୍ତିମ ବଲରେ ଜାଡେଜା ଏକ ରନ୍ କରି ସ୍କୋର ଟାଇ କରିଥିଲେ । ଫଳରେ ଭାରତ ବିଜୟ ହାତଛଡା କରିଥିଲା।

ପଢନ୍ତୁ; ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

Related posts

ଚେନ୍ନାଇ ସୁପର୍‌କିଙ୍ଗ୍‌ସକୁ ଶୀର୍ଷରେ ପହଞ୍ଚାଇଲେ ଓ୍ଵାଟ୍‌ସନ୍‌,ମାହି

ENO Beuro

ଚେନ୍ନାଇକୁ ୬ ୱିକେଟ୍‌ରେ ହରାଇଲା ହାଇଦ୍ରାବାଦ

Ratnamani Moharana

ଏସିଆନ କଣ୍ଟିନେଣ୍ଟାଲ ଚେସ୍‌: ସ୍ଵର୍ଣ୍ଣ ଜିତିଲେ ପଦ୍ମିନୀ

ENO Beuro

Leave a Comment