News SPORTS

ବର୍ଷା ଯୋଗୁଁ ସ୍ଥଗିତ ହେଲା ମ୍ୟାଚ୍, ଫାଇନାଲ ଟିକେଟ ପାଇଁ ଆଜି ପୁଣି ମୈଦାନକୁ ଓହ୍ଳାଇବ ବିରାଟ ବାହିନୀ

Untitled 1

ଆଜିି ପୁଣି ହେବ ଭାରତ-ନ୍ୟୁଜିଲାଣ୍ଡ  ସେମିଫାଇନାଲ ମ୍ୟାଚ୍ । ବର୍ଷା ପାଇଁ ଅଧାରେ ଅଟକିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଆଜି ପୁଣି ଖେଳାଯିବ । ଚଳିତ ଆଇସିସି ବିଶ୍ୱକପ୍‌ର ପ୍ରଥମ ସେମି ଫାଇନାଲ୍ ମୁକାବିଲାରେ ଗତକାଲି ମୁହାଁମୁହିଁ ହୋଇଥିଲେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍। ତେବେ ଏହି ମ୍ୟାଚ୍‌କୁ ଫିକା କରି ଦେଇଥିଲା ବର୍ଷା। ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ସେଥିପାଇଁ ମ୍ୟାଚ୍‌କୁ ବାତିଲ୍ କରାଯାଇଥିଲା। ଏହା ସହିତ ମ୍ୟାଚ୍‌କୁ ରିଜର୍ଭ ଡେ’କୁ ଅର୍ଥାତ୍ ବୁଧବାରକୁ ଘୁଞ୍ଚାଇ ଦିଆଯାଇଥିଲା। ଗତକାଲି ମ୍ୟାଚ୍ ଯେଉଁଠି ଅଟକି ଥିଲା, ଆଜି ସେହିଠାରୁ ହିଁ ଆରମ୍ଭ ହେବ। ଅର୍ଥାତ୍ ନ୍ୟୁଜିଲ୍ୟାଣ୍ଡ୍ ଆଜି ପୂରା ୫୦ ଓଭର୍ ବ୍ୟାଟିଂ କରିବ ଏବଂ ଭାରତ ଆଗରେ ବିଜୟ ପାଇଁ ଟାର୍ଗେଟ୍ ରଖିବ।

ଆଜି ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଖେଳ ଆରମ୍ଭ ହେବ। ଗତକାଲି ଯେଉଁମାନେ ଟିକେଟ୍ କରି ଖେଳ ଦେଖିବାକୁ ଷ୍ଟାଡିୟମ୍‌କୁ ଆସିଥିଲେ, ସେମାନେ ଆଜି ସେହି ଟିକେଟ୍ ନେଇ ଖେଳ ଦେଖିବାକୁ ଆସିବେ। ଯଦି ଆଜି ପୁଣି ବର୍ଷା ବାଧା ସାଜିବ, ତା’ହେଲେ ଡକ୍‌ୱର୍ଥ/ଲୁଇସ୍  ନିୟମର ଉପଯୋଗ କରାଯିବ। ଆଉ ପୂରା ଦିନ ଖେଳ ହୋଇ ନପାରିଲେ ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମି ଫାଇନାଲ୍‌କୁ ଯାଇଥିବାରୁ ଫାଇନାଲ୍‌ରେ ପ୍ରବେଶ କରିବ।

ପଢନ୍ତୁ: ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର

Related posts

ବୀମା ନିୟାମକ କ୍ଷେତ୍ରରେ ଭାରତ, ଆମେରିକା ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ENO Beuro

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

ଖଲିସ୍ତାନୀ ଆତଙ୍କବାଦୀକୁ ରାତ୍ରିଭୋଜନ ପାଇଁ ଡାକି ବିବାଦରେ କାନାଡା ଦୂତାବାସ

ENO Beuro

Leave a Comment