EnewsOdia.Com

ଭୁବନେଶ୍ୱର ହୋଟେଲରେ ପହଞ୍ଚିଲା ଇଣ୍ଡିଆ ଓ ଓ୍ୱେଷ୍ଟିଣ୍ଡିଜ୍‌ କ୍ରିକେଟ ଟିମ

ଭୁବନେଶ୍ୱରରେ ପହଞ୍ଚିଲେ ଉଭୟ ଇଣ୍ଡିଆ ଓ ଓ୍ୱେଷ୍ଟିଣ୍ଡିଜ୍‌ କ୍ରିକେଟ ଦଳ । ବିଜୁପଟ୍ଟନାୟକ ବିମାନବନ୍ଦରରୁ ସିଧାସଳଖ ମେ’ ଫେୟାର୍‌ ହୋଟେଲ ଅଭିମୁଖେ ଯାଇ ହୋଟେଲରେ ପହଞ୍ଚିଛନ୍ତି ଉଭୟ ଦଳ । ସେମାନଙ୍କୁ ଚନ୍ଦନ ସିନ୍ଦୁର ଏବଂ ଉତ୍ତରୀୟ ଦେଇ ଭାରତୀୟ ଷ୍ଟାଇଲ୍‌ରେ ହୋଟେଲକୁ ସ୍ୱାଗତ କରାଯାଇଛି । ଉଭୟ ଦଳର ସଦସ୍ୟଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଭାରତୀୟ ଦଳ ଓ ଓ୍ୱେଷ୍ଟଇଣ୍ଡିଜ୍‌ ଦଳର ସଦସ୍ୟମାନେ ଯେଉଁଭଳି ଖାଦ୍ୟ ଚାହିଁବେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ଭାରତୀୟ ଖାଦ୍ୟଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖାଦ୍ୟ ସେମାନଙ୍କ ପାଇଁ ରହିଛି । ଅନ୍ୟପଟେ ଆଜି ହୋଟେଲରେ ପହଞ୍ଚିବା ପରେ ଗୋଟିଏ ଦିନ ରେଷ୍ଟ ନେବେ ଖେଳାଳିମାନେ । ପରେ ଆସନ୍ତାକାଲି ଓ ପରଦିନ ବାରବାଟୀ ଷ୍ଟାଡିୟମରେ ଦୁଇଟି ପ୍ରାକ୍ଟିସ୍‌ ମ୍ୟାଚ୍‌ ଖେଳାଯିବ । କେଉଁ ଦଳ କେଉଁ ସମୟରେ ପ୍ରାକ୍ଟିସ୍‌ କରିବେ ସେନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ତେବେ ପ୍ରାକ୍ଟିସ୍‌ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ବିଶେଷ ନଜର ରଖାଯାଇଛି ।

ଚଳିତ ସିରିଜ୍‌ରେ ଉଭୟ ଦଳ ବରାବର ସ୍ଥିତିରେ ଥିବା ଯୋଗୁଁ, 22 ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚ୍‌ ଅଧିକ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ତେବେ ଭାରତୀୟ ଟିମ୍‌ ଭଲ ଫର୍ମରେ ଥିବାରୁ ସିରିଜ ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇବ । ଉଭୟ ବ୍ୟାଟ୍ସମ୍ୟାନ୍‌ ଓ ବୋଲର ଭଲ ଫର୍ମରେ ରହିଛନ୍ତି ।

ପଢନ୍ତୁ: ଭୁବନେଶ୍ଵରରେ ବିଲେଇ ମାରି ବନ୍ଧାହେଲେ ଯୁବକ

ସମ୍ବନ୍ଧିତ ଖବର

ଶ୍ରୀଲଙ୍କାକୁ ହରାଇଲା ଭାରତ

Ratnamani Maharana

ବାରବାଟୀରେ ଆରମ୍ଭ ହେଲା ଫ୍ଲଡଲାଇଟ୍ ମରାମତି କାମ

Ratnamani Maharana

ବିଶ୍ବକପ୍ ପୂର୍ବରୁ ରାଉରକେଲାକୁ ୬୦୦ କୋଟି

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana

ଆଇସିସି ଟି-୨୦ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିବେ କରୀନା କପୂର

Ratnamani Maharana

କୁଏତରେ ଚମକିଲେ ପ୍ରବାସୀ ଓଡ଼ିଆ ଖେଳାଳି

Ratnamani Maharana