SPORTS

କୋଟିଫ୍‌ କପ୍‌ ଫୁଟ୍‌ବଲ୍‌:ଆର୍ଜେଣ୍ଟିନାକୁ ହରାଇଲା ଭାରତ

ଆର୍ଜେଣ୍ଟିନାକୁ ହରାଇଲା ଭାରତ

୨୦ ବର୍ଷରୁ କମ୍‍ କୋଟିଫ୍‍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚ୍‍ରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ୨-୧ ଗୋଲ୍‍ରେ ପରାସ୍ତ କରିଛି ଭାରତ। ଭାରତ ପକ୍ଷରୁ ଖେଳର ୪ର୍ଥ ମିନିଟ୍‍ରେ ଦୀପକ ଟାଙ୍ଗ୍ରି ଓ ୬୮ ମିନିଟ୍‍ରେ ଅନୱର ଅଲ୍ଲି ଗୋଲ୍‍ ସ୍କୋର କରିଥିଲେ। ଆର୍ଜେଣ୍ଟିନା ୬ଥର ୨୦ ବର୍ଷରୁ କମ୍‍ ଫୁଟବଲ୍‍ ବିଶ୍ୱକପ୍‍ ଚମ୍ପିଆନ୍‍ ହୋଇଥିବା ବେଳେ ଏହି ଦଳକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି।

୬ ଥର ୨୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିଅନ୍‌ସିପ୍‌ ବିଜେତା ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଆରମ୍ଭରୁ ଭାରି ପଡ଼ିଥିଲା। ଚତୁର୍ଥ ମିନିଟ୍‌ରେ ଦୀପକ ଟାଙ୍ଗ୍ରୀଙ୍କ ଗୋଲ୍‌ରେ ଦଳ ଅଗ୍ରଣୀ ପାଇଥିଲା। ୫୪ ମିନିଟ୍‌ରେ ଆନିକେତ ଯାଦବଙ୍କୁ ଲାଲ୍‌ କାର୍ଡ ମିଳିବାରୁ ୧୦ ଜଣଙ୍କୁ ନେଇ ଭାରତ ଖେଳିଥିଲା। ହେଲେ ଏହାର ପ୍ରଭାବ ଦଳର ପ୍ରଦର୍ଶନ ଉପରେ ପଡ଼ିନଥିଲା। ଅନଓ୍ଵର୍‌ ଅଲ୍ଲୀ (୬୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଭାରତ ୨-୦ରେ ଆଗୁଆ ହୋଇଥିଲା।

india

ତେବେ ୭୨ ମିନିଟ୍‌ରେ ଆର୍ଜେଣ୍ଟିନା ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲା। ଶେଷରେ ଭାରତ ମ୍ୟାଚ୍‌କୁ ୨-୧ରେ ଜିତି ନେଇଥିଲା। ପ୍ରତିଯୋଗିତାରେ ଭାରତର ଏହା ପ୍ରଥମ ବିଜୟ। ଭାରତ ପୂର୍ବରୁ ମୁର୍ସିଆଠୁ ୦-୨ ଏବଂ ମୌରିତାନିଆଠୁ ୦-୩ ଗୋଲ୍‌ରେ ହାରିଥିଲା ବେଳେ ଭେନେଜୁଏଲା ବିପକ୍ଷ ମୁକାବିଲାକୁ ଅମୀମାଂସିତ ରଖିଥିଲା।

 

ପଢନ୍ତୁ;ଚୀନରେ ରିଲିଜ ହେବ “ସୁଲ୍‌ତାନ”,ଗୋଟିଏ ଦିନରେ ଚାଲିବ ୪୦ ହଜାର ସୋ

 

Related posts

ଫିଫା ମାନ୍ୟତା : ଶ୍ରେଷ୍ଠ- ୧୦୦କୁ ଫେରିଲା ଭାରତ

ENO Beuro

ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ

ENO Beuro

ବିଜୟ ହଜାରେ ଟ୍ରଫି: ପ୍ରତିଯୋଗିତାରେ ଓଡିଶା ହାସଲ କରିଛି ଦ୍ୱିତୀୟ ବିଜୟ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More