SPORTS

ତୃତୀୟ ଟି-୨୦: ସିରିଜ ବରାବର କଲା ଭାରତ

india

ଭାରତ ଟି-ଟ୍ବେଣ୍ଟି ସିରିଜରେ ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ଓ୍ବିକେଟରେ ହରାଇଛି। ମାତ୍ର ୪୧ ବଲରେ ୪ଟି ଚୌକା ଏବଂ ୨ ଛକା ମାରି ଅପରାଜିତ ୬୧ ରନ୍ କରିଛନ୍ତି ବିରାଟ୍ କୋହଲି । ଯାହା ଦେଇଛି ଟିମ୍ ଇଣ୍ଡିଆକୁ ଦମଦାର ବିଜୟ । ସିଡନୀରେ ଖେଳାଯାଇଥିବା ଏହି ଅନ୍ତିମ ଟି-୨୦ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ ।

india

ଖେଳ ଶେଷ ବେଳକୁ ଅଧିନାୟକ କୋହଲି ୬୧(୪୧ ବଲ୍‌, ୪ ଚୌକା ଓ ୨ ଛକା) ଏବଂ ଭେଟେରାନ୍‌ ଦିନେଶ କାର୍ତ୍ତିକ ୨୨(୧୮ ବଲ୍‌, ୧ ଚୌକା ଓ ୧ ଛକା) ରନ୍‌ କରି ଅପରାଜିତ ଥିଲେ। ତେବେ ୩୬ ରନ୍‌ରେ ୪ ୱିକେଟ୍‌ ନେଇ ଅଷ୍ଟ୍ରେଲିଆ ମିଡିଲ୍ ଅର୍ଡର୍‌କୁ ଧ୍ୱସ୍ତ କରିବା ସହ ଘରୋଇ ଦଳର ରନ୍‌ ଗତିରେ ଅଙ୍କୁଶ ଲଗାଇଥିବା କୃନାଲ୍ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବାବେଳେ ଉଭୟ ବ୍ରିସ୍‌ବେନ୍‌(୭୬ ରନ୍‌) ଓ ସିଡନୀ(୪୧ ରନ୍‌)ରେ ଦମ୍‌ଦାର୍ ପ୍ରଦର୍ଶନ କରିଥିବା ବାମହାତୀ ଟିମ୍ ଇଣ୍ଡିଆ ଓପନର୍‌ ଶିଖର ଧୱନ୍‌ ମ୍ୟାନ୍ ଅଫ୍ ଦି ସିରିଜ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ,ବ୍ରିସ୍‌ବେନ୍‌ର ପ୍ରଥମ ଟି-ଟ୍ୱେଣ୍ଟିରେ ଅଷ୍ଟ୍ରଲିଆ ବିଜୟୀ ହୋଇଥିବାବେଳେ ମେଲବର୍ଣ୍ଣର ଦ୍ୱିତୀୟ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ୍ ହୋଇ ଯାଇଥିଲା। ସିଡନୀର ଅନ୍ତିମ ମ୍ୟାଚ୍ ଜିତି ବିରାଟ୍ ବାହିନୀ ଟି-ଟ୍ୱେଣ୍ଟି ସିରିଜ୍‌କୁ ବରାବର୍‌ ରଖିଛି।

ପଢନ୍ତୁ; ‘ମୋ ସାଇକେଲ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Related posts

ଏସିଆ କପ୍‌ ହକି ପ୍ରତିଯୋଗିତା ବିଜେତାମାନଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର – ହକି ଇଣ୍ଡିଆ

ENO Beuro

ଆଜିର ରଣଜୀ ଟ୍ରଫି ର ଷଷ୍ଠ ପର୍ଯ୍ୟାୟରେ ମୁହାଁମୁହିଁ ହେବେ ଓଡ଼ିଶା ଓ ବରୋଦା

ENO Beuro

ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ

ENO Beuro

Leave a Comment