SPORTS

ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ

କାର୍ତ୍ତିକଙ୍କ କମାଲ୍‌: ଶେଷ ବଲରେ ଛକାମାରି ଜିତାଇଲେ ଫାଇନାଲ

ନିଦହାସ ଟି-୨୦ ତ୍ରିରାଷ୍ଟ୍ରୀୟ ସିରିଜର ନିର୍ଣ୍ଣାୟକ ଅତି ରୋମାଞ୍ଚକର ମୁକାବିଲାରେ ଭାରତ ଅଧିନାୟକ ରୋହିତ ଶର୍ମାଙ୍କ ୫୬ ରନ ଓ ଦିନେଶ କାର୍ତ୍ତିକଙ୍କ ଅବିଶ୍ଵସନୀୟ ପାଳି ବଳରେ ବାଂଲାଦେଶକୁ ୫ ଓ୍ଵିକେଟରେ ପରାସ୍ତ କରି ଚମ୍ପିଆନ ହୋଇଛି। ୧୬୭ ରନ୍‌ର ପିଛା କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା।

୧୬୭ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳର ଦୁଇ ଓପନର ରୋହିତ ଓ ଧାଓ୍ଵନ ଆରମ୍ଭରୁ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ। ଏହି ଦୁଇ ଯୋଡି ୨.୪ ଓଭରରେ ୩୨ ରନ ଯୋଡି ଭଲ ଆରମ୍ଭ ଦେଇଥିଲେ। ୩୨ ରନ ସ୍କୋରରେ ଭାରତକୁ ଧାଓ୍ଵନ(୧୦)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ସେହି ୩୨ ରନ ସ୍କୋରରେ ଦଳ ରୈନା(୦)ଙ୍କ ଓ୍ଵିକେଟ୍ ହରାଇଥିଲା। ୩୨ ରନରେ ୨ ଓ୍ଵିକେଟ୍ ହରାଇବା ପରେ ରୋହିତ ଓ ଲୋକେଶ ରାହୁଲ ଦଳର ସ୍କୋରକୁ ଆଗେଇ ନେଇଥିଲେ। ଏହି ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୬୧ ରନ ଯୋଡି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ୮୩ ରନ ସ୍କୋରରେ ଲୋକେଶ ରାହୁଲ ୧୪ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ମାରି ୨୪ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ୯୮ ରନ ସ୍କୋରରେ ରୋହିତ ଆଉଟ୍ ହେବା ଭାରତକୁ ଜୋରଦାର ଝଟକା ଲାଗିଥିଲା।

ଶେଷ ଓଭରରେ ଭାରତକୁ ୬ଟି ବଲ୍‌ରୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ଅନ୍ୟ ପଟେ ବ୍ୟାଟିଂ କରୁଥିବା ବିଜୟ ଶଙ୍କର ମୂଳରୁ ଦଳକୁ ନିରାଶ କରିଥିଲେ। ସୌମ୍ୟ ପ୍ରଥମ ବଲ୍‌ ୱାଇଡ୍‌ ପକାଇଥିବା ବେଳେ ପରବର୍ତ୍ତୀ ୩ଟି ବଲ୍‌ରୁ ମାତ୍ର ୨ ରନ୍‌ ଦେଇଥିଲେ। ତେବେ ୪ର୍ଥ ବଲ୍‌ରେ ଶଙ୍କର ଚୌକା ମାରିବାକୁ ସକ୍ଷମ ହୋଇଥିଲେ। ୫ମ ବଲ୍‌ରେ ଶଙ୍କର ଆଉଟ୍‌ ହୋଇଥିବା ବେଳେ ଶେଷ ବଲ୍‌ରେ ଭାରତକୁ ବିଜୟ ପାଇଁ ୫ ରନ୍‌ ଆବଶ୍ୟକ ଥିଲା। ଶେଷ ବଲ୍‌ରେ କାର୍ତ୍ତିକ ଛକା ମାରି ଦଳକୁ ବିଜୟୀ କରାଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୫୬, କେଏଲ୍‌ ରାହୁଲ୍‌ ୨୪, ମନୀଷ ପାଣ୍ଡେ ୨୮ ରନ୍‌ ସଂଗ୍ରହ କରିଥିଲେ। କାର୍ତ୍ତିକ ୮ଟି ବଲ୍‌ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୨୯ ରନ୍‌ କରି ଅପରାଜିତ ରହିଥିଲେ। ବାଂଲାଦେଶ ୨୦ଓଭରରେ ୮ ୱିକେଟ୍‌ ହରାଇ ୧୬୬ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ସବିର ଅହମ୍ମଦ ଅର୍ଦ୍ଧଶତକ ହାସଲ କରିଥିଲେ।

ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ india

ପଢନ୍ତୁ;

ଡାଲି ଖାଇବା ଦ୍ଵାରା ଆମକୁ କି ଲାଭ ମିଳେ ଆସନ୍ତୁ ଜାଣିବା

Related posts

ବିଜୟଲକ୍ଷ୍ୟରେ ଭାରତ

ENO Beuro

Star India Has Won The Television & Digital Rights For IPL For Next Five Years

ENO Beuro

ଆଜି ଜାତୀୟ କ୍ରୀଡ଼ା ଦିବସ, ଭାରତୀୟ ହକି କ୍ରୀଡାବିତ ଧ୍ୟାନଚାନ୍ଦଙ୍କୁ ମନେ ପକାଉଚି ଦେଶ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More