SPORTS

ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

ଚଳିତ ମହିଳା ଏସିଆ କପ ହକିରେ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିଛି । ମଙ୍ଗଳବାର ଗ୍ରୁପ ପର୍ଯ୍ୟାୟରେ ଅନ୍ତିମ ମ୍ୟାଚରେ ଏକତରଫା ଭାବେ ୨-୦ ଗୋଲରେ ମାଲେସିଆକୁ ପରାସ୍ତ କରିଥିଲା । ପ୍ରତିଭାବାନ ଖେଳାଳି ବନ୍ଦନା କଟେରିଆ ଓ ଗୁରଜିତ କୌର ଗୋଟିଏ ଲେଖାଏଁ ଗୋଲ କରି ଦଳକୁ ବିଜୟ ଭେଟି ଦେଇଥିଲେ ।

ଏହି ବିଜୟ ସହ ଭାରତ ଗ୍ରୁପ ପର୍ଯ୍ୟାୟରେ ଅପରାଜେୟ ରହି ସର୍ବାଧିକ ୯ ପଏଣ୍ଟ ହାସଲ କରି କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଗୁରୁବାର ଦଳ କ୍ଵାର୍ଟର ଫାଇନାଲରେ କାଜାଖସ୍ତାନକୁ ଭେଟିବେ । ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ସିଙ୍ଗାପୁର ଓ ଦ୍ଵିତୀୟ ମ୍ୟାଚରେ ଚୀନକୁ ପରାସ୍ତ କରିଥିଲା । ୧୨ ମ୍ୟାଚ ଆରମ୍ଭରୁ ଭରତ ପ୍ରଭାବ ବିସ୍ତାର କରି ଖେଳିଥିଲା । ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ ଭାରତୀୟ ଖେଳାଳି । ଫଳରେ ଗୋଲ ବଞ୍ଚାଇବା ପାଇଁ ମାଲେସିଆ ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହୋଇଥିଲା । ୨୩ତମ ମିନିଟରେ ଦଳ ଏକ ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ଏହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲା । ଆକ୍ରମଣ ଓ ପ୍ରତି ଆକ୍ରମଣ ମଧ୍ୟରେ ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା ।

ଦ୍ଵିତୀୟର୍ଦ୍ଧ ବେଶ ସଙ୍ଘର୍ସପୂର୍ଣ ରହିଥିଲା । ମ୍ୟାଚକୁ ହାତେଇବାକୁ ଉଭୟ ଦଳ ଆକ୍ରମଣ ଜୋରଦାର କରିଥିଲେ । ଘମାଘୋଟ ଲଢେଇ ମଧ୍ୟରେ ଏହି ଭାଗର ପ୍ରଥମ ୨୦ ମିନିଟ ମଧ୍ୟ ଗୋଲ ସମ୍ଭବ ହୋଇନଥିଲା । ଅନ୍ତିମ ୧୦ ମିନିଟ ବେଶ ରୋମାଞ୍ଚକର ରହିଥିଲା । ମ୍ୟାଚ ୫୪ ଓ ୫୫ ତମ ମିନିଟରେ ଭାରତକୁ ଲଗାତାର ୨ଟା ସଫଳତା ମିଳିଥିଲା । ୫୪ତମ ମିନିଟରେ ବନ୍ଦନା କାଟେରିଆ ଏକ ଚମତ୍କାର ଫିଲ୍ଡଗୋଲ ମାଲେସିଆ ଉପରେ ଲଦି ଦେଇଥିଲେ । ସେହିପରି ୫୫ତମ ମିନିଟରେ ଗୁରଜିତ କୌର ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ବିଜୟ ଛଡାଇ ଆଣିଥିଲେ । ଗୋଲ ପ୍ରତିଶୋଧ ପାଇଁ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମାଲେସିଆ ଖେଳାଳି । ମାତ୍ର ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇନଥିଲେ ।

ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

ପଢନ୍ତୁ, ଓଡିଆ ଛବି ତୋ’ ପ୍ରେମରେ ପଡ଼ିଲାପରେ ପରଦା ଉପରକୁ ଆସିବାକୁ ସଜବାଜ ହେଉଛି

Related posts

ବିଜୟଲକ୍ଷ୍ୟରେ ଭାରତ

ENO Beuro

ଭାରତଠାରୁ ହାରିବା ପରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ପାକିସ୍ତାନ କୋଚ ମିକି ଆର୍ଥର

Ratnamani Moharana

ଚେନ୍ନାଇ ସୁପର କିଙ୍ଗସର ବିଜୟ ଧାରା ଜାରି: ୪ ୱିକେଟରେ ରାଜସ୍ଥାନକୁ ହରାଇଲା

Ratnamani Moharana

4 comments

Leave a Comment