SPORTS

ସିରିଜ୍ ବରାବର: ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ହରାଇଲା ଭାରତ

india

ରୋହିତଙ୍କ ଅର୍ଦ୍ଧଶତକ

ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ଦ୍ଵିତୀୟ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି। ବିଜୟ ସହ ୩ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ଦଳ ୧-୧ରେ ବରାବର କରିଛି। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଟମ୍‌ ଇଣ୍ଡିଆକୁ ହରାଇବା ସହ ୧-୦ରେ ସିରିଜକୁ ନିଜ ସପକ୍ଷରେ ରଖିଥିଲା।

ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୮ ରନ୍‌ କରିଥିବା ବେଳେ ଟିମ୍‌ ଇଣ୍ତିଆ ୭ଟି ବଲ ପୂର୍ବରୁ ୧୬୨ ରନ୍‌ କରି ବିଜୟ ହାସଲ କରିଛି। ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୧ ରନ୍‌ ଦରକାର ଥିବାବେଳେ ରିଷଭ ପନ୍ତ ୪ ରନ୍‌ ମାରି ଭାରତ ପାଇଁ ବିଜୟର ମୁଣ୍ଡି ମାରିଥିଲେ। ୪ ଓଭର୍‌ରେ ୩ଟି ୱିକେଟ୍‌ ନେଇ ମାତ୍ର ୨୮ ରନ୍‌ ଦେଇଥିବା କୃନାଲ ପାଣ୍ଡ୍ୟାଙ୍କୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ବିବେଚନା କରାଯାଇଛି।

ସୂଚନାଯୋଗ୍ୟ, ଭାରତ ପକ୍ଷରୁ କୃଣାଲ ପାଣ୍ଡ୍ୟା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର, ହାର୍ଦିକ ପାଣ୍ଡ୍ୟା ଗୋଟିଏ ଏବଂ ଖଲୀଲ ଅହମ୍ମଦ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି।

ପଢନ୍ତୁ; ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

Related posts

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

ENO Beuro

୧୯୯୨ ମସିହା ପରେ ପ୍ରତି ବିଶ୍ଵ କପରେ ବଦଳୁଛି ଟିମ୍ ଭାରତର ଜର୍ସି

Ratnamani Moharana

ଆଇପିଏଲ ୧୨: ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନରେ ବିଜୟୀ

ENO Beuro

Leave a Comment