SPORTS

ସଫଳତାର ସ୍ଵାଦ, ନ୍ୟୁଜିଲାଣ୍ଡକୁ ୬ ରନ୍‌ରେ ହରାଇଲେ ଭାରତୀୟ କ୍ରିକେଟ୍‌ ଦଳ

ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସକୁ ୬ ରନ୍‌ରେ ଜିତିଲେ ଭାରତୀୟ କ୍ରିକେଟ୍‌ ଦଳ

ନ୍ୟୁଜିଲାଣ୍ଡ ବିପକ୍ଷରେ କାନପୁରରେ ଅନୁଷ୍ଠିତ ଏକଦିବସୀୟ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସକୁ ସଫଳତାର ସହ ଜିତି ଭାରତୀୟ କ୍ରିକେଟ୍‌ ଦଳ ନିଜ ଦଳର ଗୁରୁତ୍ଵତା ଜାହିର କରିଛି ।  ୧-୧ରେ ସମାନ ସ୍ଥିତିରେ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତିନିଟିକିଆ ମ୍ୟାଚ୍‌ ଶୃଙ୍ଖଳାର ଶେଷ ମୁକାବିଲାରେ ହୋଇଥିଲା କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ।

ଶେଷ ପର୍ଯ୍ୟନ୍ତ ମଧ୍ୟ ଶୃଙ୍ଖଳାର ସ୍ଥିତି ଉଭୟ ପକ୍ଷରୁ ବେଶ ବରାବର ଥିଲା । ଶେଷ ତିନିଟି ବଲ୍‌ରେ ୧୨ ରନ୍‌ ଦରକାର କରୁଥିବା ନ୍ୟୁଜିଲାଣ୍ଡ ଦଳର ଗୋଟିଏ ଓ୍ଵିକେଟ୍‌ ପକାଇଦେବାରେ ସଫଳ ହୋଇଥିଲେ ଭାରତ। ଏହାପରେ ଶେଷ ଦୁଇଟି ବଲ୍‌ରେ ମାତ୍ର ୫ ରନ୍‌ କରିପାରିଥିଲା ନ୍ୟୁଜିଲାଣ୍ଡ। ୬ ରନ୍‌ରେ ଶେଷ ଦିନିକିଆ ଜିତିବା ସହ ‘ବିରାଟ ବାହିନୀ’ ୨-୧ରେ ଶୃଙ୍ଖଳା ବିଜୟ ହାସଲ କରିଥିଲା। ଏହି ବିଜୟ ସହ ଲଗାତାର ୭ଟି ଦିନିକିଆ ଶୃଙ୍ଖଳା ଜିତିବାର ଅନନ୍ୟ ସଫଳତା ଲାଭ କରିଛି ଭାରତୀୟ ଦଳ।

ଆଜିର ନିର୍ଣ୍ଣାୟକ ମୁକାବିଲାରେ ୩୩୮ ରନ୍‌ କରିଥିଲା ଭାରତୀୟ ଦଳ। ନ୍ୟୁଜିଲାଣ୍ଡଦଳ ମଧ୍ୟ ବେଶ ରୋମାଞ୍ଚକର ଖେଳିଥିଲେ । ଶେଷ ଓଭରରୁ ବିଜୟ ପାଇଁ ୧୫ ରନ୍‌ର ଦରକାର ଥିଲା ବେଳେ ନ୍ୟୁଜିଲାଣ୍ଡ ମାତ୍ର ୮ ରନ୍‌ କରି ପାରିଥିଲା। ପୂର୍ବରୁ ରୋହିତ ଶର୍ମା (୧୪୭) ଏବଂ ଅଧିନାୟକ କୋହଲି (୧୧୩) ଯୁଗଳ ଶତକ ହାସଲ କରି ଭାରତର ସ୍କୋରକୁ ୩୩୭/୬ରେ ପହଞ୍ଚାଇ ଦେଇଥିଲେ। ବ୍ୟକ୍ତିଗତ ଭାବେ କୋହଲି ଦିନିକିଆରେ ୯,୦୦୦ ରନ୍‌ ପୂରଣ କରିବାରେ ବିଶ୍ୱର ଦ୍ରୁତତମ ଖେଳାଳି ହୋଇଥିଲେ। ଦଳଗତ ଭାବେ ନ୍ୟୁଜିଲାଣ୍ଡକୁ ଭାରତ ଲଗାତାର ଦ୍ୱିତୀୟ ଶୃଙ୍ଖଳାରେ ହରାଇଛି। ରବିବାରର କୀର୍ତ୍ତିମାନଭରା ଶୃଙ୍ଖଳା ବିଜୟ ପୂର୍ବରୁ ଭାରତ ଜିମ୍ବାୱେ (୩-୦), ନ୍ୟୁଜିଲାଣ୍ଡ (୩-୨) ଇଂଲଣ୍ଡ (୨-୧), ଓ୍ଵଷ୍ଟଇଣ୍ଡିଜ୍‌ (୩-୧) ଶ୍ରୀଲଙ୍କା (୫-୦) ଓ ଅଷ୍ଟ୍ରେଲିଆ (୪-୧)କୁ ହରାଇ ସାରିଛି।

ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ରିକେଟ ଶୃଙ୍ଖଳାର ଅନ୍ତିମ ଦିବସକୁ ୬ ରନ୍‌ରେ ଜିତିଲେ ଭାରତୀୟ କ୍ରିକେଟ୍‌ ଦଳ

 

Related posts

ଆଇସିସି ଟେଷ୍ଟ ମାନ୍ୟତା: ସପ୍ତମକୁ ଉଠିଲେ ଅଶ୍ଵିନ

ENO Beuro

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

ENO Beuro

ଶ୍ରୀଶାନ୍ତ ଆଜୀବନ ବାସନ୍ଦ : ବିସିସିଆଇକୁ ଉଚ୍ଚତମ ନ୍ୟାୟାଳୟ ନୋଟିସ୍‌

ENO Beuro

2 comments

Leave a Comment