ସାମି,କୁଲଦୀପଙ୍କ ଘାତକ ବୋଲିଂ
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ପାଞ୍ଚ ମ୍ୟାଚ ବିଶିଷ୍ଠ ଦିନିକିଆ ସିରିଜରେ ପ୍ରଥମ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଛି। ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍ନର ଶିଖର ଧାଓ୍ବନଙ୍କ ଦମ୍ଦାର ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନିକିଆ ମ୍ୟାଚ୍ରେ ଘରୋଇ ନ୍ୟୁଜିଲାଣ୍ଡକୁ ଅତି ସହଜରେ ପରାସ୍ତ କରିଛି। ସୂର୍ଯ୍ୟଙ୍କ ପ୍ରଭାବ ଦ୍ୱାରା ବାଧାପ୍ରାପ୍ତ ହୋଇଥିବା ଏହି ମୁକାବିଲାରେ ଭାରତ ଡକ୍ଓ୍ବର୍ଥ/ଲୁଇସ୍ ପଦ୍ଧତିରେ ୮୫ଟି ବଲ ବାକି ରଖି ୮ ଉଇକେଟରେ ବିଜୟୀ ହୋଇଛି। ଏଥିସହିତ ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା କିୱି । କିନ୍ତୁ ଏହି ନିଷ୍ପତି ଭୁଲ ପ୍ରମାଣିତ ହୋଇଥିଲା ଦଳ ସଅଳ ଓପନର ଯୋଡିଙ୍କୁ ହରାଇଥିଲା । ଏହାପରେ କ୍ରମାଗତ ଭାବେ ସମସ୍ତ ନ୍ୟୁଜିଲାଣ୍ଡ ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଥିଲେ । କେବଳ କେନ ୱିଲମସନ ଏକା ଗୋଟିଏ ପଟେ କ୍ରିଜରେ ରହି ଭାରତୀୟ ବୋଲରଙ୍କୁ ସାମ୍ନା କରିଥିଲେ । ସେ ବ୍ୟକ୍ତିଗତ ଭାବେ ୬୪ ରନ କରିଥିଲେ । ଅନ୍ୟ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରିନଥିଲେ । ଫଳରେ ଦଳ ୩୮ ଓଭରରେ ମାତ୍ର ୧୫୭ରନରେ ଅଲ ଆଉଟ ହୋଇ ଯାଇଥିଲା ।
ପଢନ୍ତୁ; ଗୁରୁଗ୍ରାମରେ ଭୁଶୁଡ଼ିଲା ୪ ମହଲା କୋଠା, ୬ରୁ ଅଧିକ ଲୋକ ଫସିଥିବା ଅନୁମାନ