SPORTS

ପାକିସ୍ତାନର ଲଜ୍ଜାଜନକ ପରାଜୟ:ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ

india

ଏସିଆ କପ୍‌ରେ ହାଇଭୋଲଟେଜ୍‌ ମୁକାବିଲାରେ ସମ୍ନାସାମ୍ନି ହୋଇଥିଲେ ଭାରତ-ପାକିସ୍ତାନ। ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହୋଇଥିଲେ ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ମୁକାବିଲାରେ ଭାରତ ୮ ଓ୍ଵିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି ।

ମହା ମୁକାବିଲାର ମାନ୍ୟତା ପାଇଥିବା ମ୍ୟାଚ୍‌ରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ପୂରା ବିଫଳ ହୋଇଥିଲା। ବିନା ଲଢ଼େଇରେ ଭାରତ ଆଗରେ ଆତ୍ମସମର୍ପଣ କରିଥିଲା। ସେପଟେ ହଂକଂ ବିପକ୍ଷରେ ସଂଘର୍ଷ କରିଥିବା ଭାରତୀୟ ବୋଲର ନିଜ ଅସଲ ଧାକ୍‌ ଦେଖାଇ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲେ। ଭାରତୀୟ ବୋଲିଂ ହିଁ ବୁଧବାର ମୁକାବିଲାର ମୁଖ୍ୟ ଆକର୍ଷଣ ଥିଲା। ଭୁବନେଶ୍ୱର କୁମାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

india

ଉଭୟ ଦଳରେ ରହିଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତ ୨୯ ଓଭରରେ ୨ ଓ୍ଵିକେଟ୍‌ରେ ପାକିସ୍ତାନକୁ ହରାଇ ୧୬୪ ରନ୍‌ ସଂଗ୍ରହ କରିଥିଲା। ଅମ୍ବାତି ରାୟଡୁ ଅପରାଜିତ ୩୧ ରନ ଯୋଡ଼ିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୩୧ ରନ ସଂଗ୍ରହ କରିଥିଲେ। ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଓପନ୍‌ର ଯୋଡ଼ି ଅଧିନାୟକ ରୋହିତ ଶର୍ମା(୫୨) ଓ ଶିଖର ଧାଓ୍ଵନ(୪୬) ପ୍ରଥମ ଓ୍ଵିକେଟ୍‌ ପାଇଁ ୮୬ ରନ୍‌ ଯୋଡ଼ିଥିଲେ । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ପାଇଁ ଭାରତ-ପାକିସ୍ତାନ ଏକାଠି ମ୍ୟାଚ୍‌ ଖେଳିଥିଲେ।

ପଢନ୍ତୁ;ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାରା ଦେଶର ଅଙ୍ଗନୱାଡ଼ି କର୍ମୀ

Related posts

ଡ଼େଭିଲ୍ସ ଅଟକାଇଲା ଚେନ୍ନାଇ ଏକ୍ସପ୍ରେସ : ୩୪ ରନରେ ହାରିଲା ସୁପରକିଙ୍ଗସ

ENO Beuro

Odisha Boy Anshuman Rath Selected As The Vice Captain Of Hong Kong Cricket Team

ENO Beuro

୧୯୯୨ ମସିହା ପରେ ପ୍ରତି ବିଶ୍ଵ କପରେ ବଦଳୁଛି ଟିମ୍ ଭାରତର ଜର୍ସି

Ratnamani Moharana

Leave a Comment