SPORTS

ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ଶିଖର ଧାଓ୍ବନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଶତକ ଏବଂ ଓପନିଂ ଯୋଡ଼ିରେ ୨୧୦ ରନର ଭାଗୀଦାରି ବଳରେ ଭାରତ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏସିଆ କପ୍‌ ସୁପର ଫୋର୍‌ ମ୍ୟାଚରେ ପାକିସ୍ତାନକୁ ୯ ଉଇକେଟରେ ପରାସ୍ତ କରିଛି। ପାକିସ୍ତାନ ପକ୍ଷରୁ ଧାର୍ଯ୍ୟ ୨୩୮ ରନ ବିଜୟ ଲକ୍ଷ୍ୟକୁ ଭାରତ ୩୯.୨ ଓଭରରେ ମାତ୍ର ୧ ଉଇକେଟ ହରାଇ ହାସଲ କରି ନେଇଥିଲା। ପରେ ଭାରତୀୟ ଓପ୍‍ନର ଶିଖର ଧାୱନ ଓ ରୋହିତ ଶର୍ମା ଶତକ ଅର୍ଜନ କରିଥିଲେ।

india ଏସିଆ ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ india

ପାକିସ୍ତାନ ପ୍ରଥମେ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୩୭ରନ୍‌ ସଂଗ୍ରହ କରିଥିଲା। ପାକିସ୍ତାନ ପକ୍ଷରୁ ସୋଏବ ମଲ୍ଲିକ ସର୍ବାଧିକ ୭୮ ଏବଂ ସର୍ଫରାଜ ଅହମ୍ମଦ ୪୪ ରନ୍‌ କରିଥିଲେ । ଭାରତ ପକ୍ଷରୁ ବୁମ୍‌ରା, ଚହଲ ଏବଂ କୁଲଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ଦମଦାର ବ୍ୟାଟିଂ ପାଇଁ ଧୱନଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଛି । ଗତ ୪ ଦିନ ଭିତରେ ପାକ ବିରୋଧରେ ଏହା ଟିମ ଇଣ୍ଡିଆର ଦ୍ୱିତୀୟ ବିଜୟ । ଗତ ବୁଧବାର ଭାରତ ଠାରୁ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନ ୮ ଓ୍ଵିକେଟରେ ହାରିଥିଲା ।

ପଢନ୍ତୁ; ତାଳଚେରରେ ସାରକାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Related posts

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

Krishna Kumar Manoj

ପତ୍ନୀଙ୍କ ସହ ବିବାଦ ପରେ ମୋହମ୍ମଦ ଶାମିଙ୍କୁ ଆଉ ଏକ ଝଟକା

Krishna Kumar Manoj

ସେପ୍ଟେମ୍ବର ୨୫ ତାରିଖରେ କୋହଲି, ଚାନୁ ପାଇବେ ଖେଳରତ୍ନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More