News Uncategorized

ଭାରତର ହ୍ୟାଟ୍ରିକ ବିଜୟ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୪ ରନରେ ଭାରତ ବିଜୟୀ

୩ୟ ଦିନିକିଆକୁ ୧୨୪ରନରେ ଜିତି ଟିମ୍ ଇଣ୍ଡିଆର ବିଜୟ

ଦକ୍ଷିଣ ଆଫ୍ରିକାରେ ଭାରତୀୟ କ୍ରିକେଟ୍‌ ଦଳର ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ପ୍ରଥମ ଦୁଇ ଦିନିକିଆରେ ସହଜ ବିଜୟ ହାସଲ କରିଥିବା କୋହଲି ବାହିନୀ ଗତକାଲି  ତୃତୀୟ ଦିନିକିଆକୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି। ତା’ ସହ ସଫଳତାର ନୂଆ ଫର୍ଦ ସୃଷ୍ଟି କରି ଦକ୍ଷିଣ ଆଫ୍ରିକାରେ ଖେଳିଥିବା କୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ପ୍ରଥମ ଥର ପାଇଁ ୩-୦ରେ ଆଗୁଆ ହୋଇ ଯାଇଛି।

ଏହାସହ ଅଧିନାୟକ ବିରାଟ କୋହଲିଙ୍କ ଦମ୍ଦାର ଇନିଙ୍ଗସ୍ ବେଶ ରୋମାଂଚକର ଥିଲା । ୧୫୯ ବଲରେ ୧୬୦ ରନ୍ ବର୍ଷା କରି ବିରାଟ ଅପରାଜିତ ରହିଥିଲେ । ସେହିପରି ୟୁଜୁବେନ୍ଦ୍ର ଚହଲ ଏବଂ କୁଲଦୀପ ଯାଦବ ୪ଟି ଲେଖାଏଁ ଉଇକେଟ ନେଇ ଭାରତକୁ ୧୨୪ ରନର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି ।

ଭାରତ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ ହରାଇ ୩୦୩ ରନ୍ କରିଥିବାବେଳେ କୁଲଦିପ୍ ଏବଂ ଚହଲଙ୍କ ସ୍ପିନ୍ ଜାଲରେ ଫସି ଦକ୍ଷିଣ ଆଫିକା ୪୦ ରନ୍ରେ ୧୭୯ ରନ୍ କରିପାରିଥିଲା । ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାର ଲଗାତର ତୃତୀୟ ପରାଜୟ ଦକ୍ଷିଣ ଆଫିକାକୁ ଶକ୍ତ ଝଟକା ଦେଇଛି ।

ପଢନ୍ତୁ ;

ଶୀତଦିନେ ଗୋଇଠି ଫାଟିବା ନେଇ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

 

Related posts

ଶ୍ରୀମନ୍ଦିର ଜଗମୋହନରେ ଲାଗିବ ସିସିଟିଭି !

ENO Beuro

ଟୁଟିକୋରିନରୁ ପ୍ରଥମ କଣ୍ଟେନର ଜାହାଜର ଶୁଭାରମ୍ଭ କଲେ ନୀତୀନ ଗଡକରୀ

ENO Beuro

ନଭେମ୍ବର ପହିଲାରୁ ୫୬ଟି ଟ୍ରେନ୍‌ର ସମୟ ବଦଳିବ – ପୂର୍ବତଟ ରେଳପଥ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More