SPORTS

ଭୁବିଙ୍କ ବିଜୟ ଭେଟି : ୨୮ ରନରେ ଜିତିଲା ଭାରତ

ଚମତ୍କାର ବିଜୟ ଦେଲେ ଧାଓ୍ଵନ ଓ ଭୁବି

ଶିଖର ଧାଓ୍ବନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଭୁବନେଶ୍ୱର କୁମାରଙ୍କ ୫ ଉଇକେଟ ସଫଳତା ବଳରେ ଭାରତ ରବିବାର ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୮ ରନରେ ହରାଇ ଦେଇଛି। ଏଥିସହ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଭାରତ ପକ୍ଷରୁ ଧାର୍ଯ୍ୟ ୨୦୪ ରନ ବିଜୟ ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟ ହରାଇ ୧୭୫ ରନ କରିବାକୁ ସକ୍ଷମ ହୋଇଥିଲା। ଘରୋଇ ଦଳ ୪୮ ରନରେ ୩ଟି ଉଇକେଟ ହରାଇଥିଲେ ହେଁ ଫରହାନ ବେହାରଦିନ ଓ ରିଜା ହେଣ୍ଡ୍ରିକ୍ସଙ୍କ ୪ର୍ଥ ଉଇକେଟ ଭାଗୀଦାରିରୁ ଦ୍ରୁତ ୮୧ ରନ ସଂଗ୍ରହ କରି କଡ଼ା ଚ୍ୟାଲେଞ୍ଜ ଦେଇଥିଲା। ମାତ୍ର ୧୫ତମ ଓଭରର ଶେଷ ବଲ୍‌ରେ ବେହାରଦିନଙ୍କୁ ଆଉଟ କରି ୟୁଜବେନ୍ଦ୍ର ଚହଲ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେବାପରେ ମ୍ୟାଚର ମୋଡ଼ ବଦଳି ଯାଇଥିଲା।

ଟପ୍‌ ଅର୍ଡରରେ ଜନ୍‌ ଟ୍ରେଭର ସ୍ମୁଟ୍ସ, ବିପଜ୍ଜନକ ସାବ୍ୟସ୍ତ ହୋଇ ଆସିଥିବା ରିଜା ହେଣ୍ଡ୍ରିକ୍ସ, ଅଧିନାୟକ ଜେପି ଡୁମିନିଙ୍କ ସମେତ ହେନରିକ୍‌ କ୍ଲାସେନ ଓ କ୍ରିସ୍‌ ମୋରିସଙ୍କ ଉଇକେଟ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ୍‌ଅପ୍‌କୁ ଦିଗହରା କରିଥିବା ଭୁବନେଶ୍ୱର କୁମାର ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ସଫଳତା ସହ ଭୁବନେଶ୍ୱର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି।

ବିସ୍ପୋରକ ଓପନର ଶିଖର ଧୱନଙ୍କ ଆକର୍ଷଣୀୟ ୭୨ ରନ ବଳରେ ଦକ୍ଷିଣ ଆଫ୍ରିକା ସାମ୍ନାରେ ୨୦୪ ରନର ଟାର୍ଗେଟ ସେଟ କରିଥିଲା ଟିମ ଇଣ୍ଡିଆ । ଭାରତୀୟ ଇନିଂସର ପ୍ରଥମ ଓଭରରୁ ହିଁ ରନ ବର୍ଷା ଆରମ୍ଭ କରିଥିଲେ ଷ୍ଟାର ଓପନର ରୋହିତ ଶର୍ମା । ପ୍ରଥମ ଓଭରରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିର୍ଦ୍ଧୁମ ପିଟିବା ସହ ୧୮ ରନ ଯୋଡିଥିଲେ । ତେବେ କ୍ରିଜରେ ବେଶି ସମୟ ତିଷ୍ଠି ପାରିନଥିଲେ ରୋହିତ । ମାତ୍ର ୨୧ ରନ କରି ପ୍ୟାଭିଲିୟନ ଫେରିଥିଲେ ହିଟମ୍ୟାନ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜୁନିୟର ଡାଲା ୪୭ ରନ ଦେଇ ଦୁଇ ୱିକେଟ ହାସଲ କରିଥିଲେ ।

୨୦୪ ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦକ୍ଷିଣ-ଆଫ୍ରିକା ମଧ୍ୟ ପ୍ରଥମରୁ ଦ୍ରୁତ ରନ ସଂଗ୍ରହ କରିଥିଲା । ତେବେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲା ଦକ୍ଷିଣ-ଆଫ୍ରିକା । ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂକୁ ସାମ୍ନା କରି ନପାରି ୧୭୫ ରନରେ ଅଟକିଥିଲା ଦକ୍ଷିଣ ଆଫ୍ରିକା । ଭୁବନେଶ୍ୱର କୁମାର ୪ ଓଭରରେ ୨୪ ରନ ବିନିମୟରେ ୫ ୱିକେଟ ହାସଲ କରି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । ଏହି ବିଜୟ ସହ ଭାରତ ୩ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି।

ଭୁବିଙ୍କ ବିଜୟ ଭେଟି : ୨୮ ରନରେ ଜିତିଲା ଭାରତ indai

ପଢନ୍ତୁ;

ଆପଣ ଜାଣିଛନ୍ତି କି ? ଷ୍ଟିମ୍‌ ନେବା ଦ୍ଵାରା ବଢିଥାଏ ତ୍ୱଚାର ଉଜ୍ଜ୍ୱଳତା ! ଜାଣନ୍ତୁ ସେ ସମ୍ପର୍କରେ

Related posts

ଭାରତକୁ ନିଦାହାସ ଟ୍ରଫି: ବାଂଲାଦେଶକୁ ୪ ଓ୍ଵିକେଟ୍‌ରେ ହରାଇଲା ଭାରତ

ENO Beuro

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

ENO Beuro

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More