ନିଦହାସ ଟ୍ରଫି : ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

ମଧୁର ପ୍ରତିଶୋଧ

ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଟିତ ତ୍ରିରାଷ୍ଟ୍ରୀୟ ନିଦହାସ ଟ୍ରଫି ଟି-୨୦ କ୍ରିକେଟ ମ୍ୟାଚରେ ଭାରତ ୬ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କାକୁ । ଭାରତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଫଳରେ ଫାଇନାଲରେ ଖେଳିବା ଆଶା ବଢ଼ିଛି । ଟସ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା ।

ବର୍ଷା ଯୋଗୁ ଟସ୍‌ ପଡିବାରେ ବିଳମ୍ବ ହୋଇଥିଲା । ଫଳରେ ମ୍ୟାଚ୍‌କୁ ୧୯ ଓଭରରେ ସୀମିତ ରଖାଯାଇଥିଲା । ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୧୯ ଓଭରରେ ୯ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିଥିବାରୁ ଭାରତକୁ ମ୍ୟାଚ ବିଜୟ ପାଇଁ ୧୫୩ ରନ ଲକ୍ଷ ମିଳିଥିଲା ।

୧୫୩ ରନ ଟାର୍ଗେଟର ପିଛା କରି ଭାରତ ସଅଳ ଦୁଇ ଉଇକେଟ ହରାଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି । ସେ ମାତ୍ର ୧୧ ରନ କରି ପୁଣି ଫେଲ ମାରିଛନ୍ତି । ତେବେ ଟପ୍‌ ଫର୍ମରେ ଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ୮ ରନ କରି ପ୍ୟାଭିଲିୟନ ଫେରିଥିଲେ।

ଏହା ପରେ ସୁରେଶ ରାଇନା ୧୫ ବଲରୁ ୨ ଚୌକା ଓ ୨ ଛକା ସହ ଦ୍ରୁତ ୨୭ ରନ କରି ଆଉଟ ହୋଇଥିଲେ। ସେହିପରି ଲୋକେଶ ରାହୁଲ ୧୭ ବଲରୁ ୧୮ ରନ କରି ଦୁର୍ଭାଗ୍ୟଜନକ ଭାବେ ହିଟ୍‌ ଦି ଉଇକେଟ ହୋଇଥିଲେ। ତେବେ ପଞ୍ଚମ ଉଇକେଟ ଯୋଡିରେ ମନୀଷ ପାଣ୍ଡେ ଓ ଦୀନେଶ କାର୍ତ୍ତିକ ଅପରାଜିତ ୬୮ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ । କାର୍ତ୍ତିକ ୨୫ ବଲରୁ ୫ ଚୌକା ସହ ୩୯ ଓ ପାଣ୍ଡେ ୩୧ ବଲରୁ ୩ ଚୌକା ଓ ୧ ଛକା ସହ ୪୨ ରନ କରି ଅପରାଜିତ ରହିଥିଲେ ।

ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ବୋଲିଂ ଏବଂ ପରେ ଦୀନେଶ କାର୍ତ୍ତିକ, ମନୀଷ ପାଣ୍ଡେଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ଅତି ସହଜରେ ସିରିଜ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମ ଇଂନିସରେ ଭାରତୀୟ ବୋଲର ଶାର୍ଦୁଲ ଠାକୁରଙ୍କୁ ୪ଟି ୱିକେଟ ମିଳିଥିବାରୁ ତାଙ୍କୁ ‘ମ୍ୟାନ ଅଫ ଦ ମ୍ୟାଚ’ ଚୟନ କରାଯାଇଥିଲା ।

ପଢନ୍ତୁ ;

ବନ୍ଦ ହେବ ପ୍ରସିଦ୍ଧ ଧାରାବାହିକ ‘ସାବଧାନ ଇଣ୍ଡିଆ’

ଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୧୯ ଓଭରରେ ୯ ୱିକେଟ ହରାଇ ୧୫୨ ରନ ସଂଗ୍ରହ କରିଥିବାରୁ ଭାରତକୁ ମ୍ୟାଚ ବିଜୟ ପାଇଁ ୧୫୩ ରନ ଲକ୍ଷ ମିଳିଥିଲା - 90%

90%

ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି - 92%

92%
91%

Excellent!

ନିଦହାସ ଟ୍ରଫି : ଶ୍ରୀଲଙ୍କାକୁ ୬ ୱିକେଟରେ ହରାଇଲା ଭାରତ

ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଅନୁଷ୍ଟିତ ତ୍ରିରାଷ୍ଟ୍ରୀୟ ନିଦହାସ ଟ୍ରଫି ଟି-୨୦ କ୍ରିକେଟ ମ୍ୟାଚରେ ଭାରତ ୬ ୱିକେଟରେ ପରାସ୍ତ କରିଛି ଶ୍ରୀଲଙ୍କାକୁ । ଭାରତ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଛି । ଫଳରେ ଫାଇନାଲରେ ଖେଳିବା ଆଶା ବଢ଼ିଛି । ଟସ ଜିଣି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା ।

No Votes Yet

You're not rated yet