SPORTS

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍‌ : ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବିଶ୍ୱଚାମ୍ପିୟନ ହେଲା ଭାରତ। ଜୁନିୟର ବିଶ୍ୱକପ କ୍ରିକେଟ ଟାଇଟଲ ହାତେଇଲା ଟିମ ଇଣ୍ଡିଆ।

ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଜୁନିୟର ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ । ପୃଥ୍ୱୀଶ୍ୱଙ୍କ ନେତୃତ୍ୱାଧୀନ ଭାରତୀୟ ଯୁବ ଟିମ ଦମଦାର ପ୍ରଦର୍ଶନ ବଳରେ କଙ୍ଗାରୁ ଟିମକୁ ମାତ ଦେଇ ବିଶ୍ୱବିଜୟୀ ହୋଇଛି । ମନଜୋତ କଲରାଙ୍କ ଆକର୍ଷଣୀୟ ଶତକ ଆଗରେ ମାଟି କାମୁଡିଛି ଟିମ୍ ଅଷ୍ଟ୍ରେଲିଆ । ଏହାସହ ଜୁନିୟର ବିଶ୍ୱକପରେ ସର୍ବାଧିକ ୪ ଥର ଟାଇଟଲ ହାସଲ କରିବାରେ ପ୍ରଥମ ଟିମ ଭାବେ ଇତିହାସ ରଚିଛି ଭାରତ । ଭାରତ ପକ୍ଷରୁ ମନଜୋତ କଲରା ସର୍ବାଧିକ ୧୦୧ ରନ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ଫାଇନାଲ ବ୍ୟାଟଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ତେବେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ସମ୍ପୂର୍ଣ୍ଣ ଭାବେ ମୁଣ୍ଡ ନୁଆଇଁଥିଲା କଙ୍ଗାରୁ ଦଳ । ଭାରତୀୟ ବୋଲରଙ୍କ ଆକର୍ଷଣୀୟ ବୋଲିଂକୁ ସାମ୍ନା କରିନପାରି ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୨୧୬ ରନରେ ଅଲଆଉଟ ହୋଇଥିଲେ ।

କଙ୍ଗାରୁ ଦଳ ପକ୍ଷରୁ ଜୋନାଥନ ମେରଲୋ ସର୍ବାଧିକ ୭୬ ରନର ଇନିଂସ ଖେଳିଥିଲେ ସୁଦ୍ଧା ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଭାରତର ଇଶାନ ପୋରେଲ, ଶିବା ସିଂ, କମଲେଶ ନଗରକୋଟି ଓ ଅନୁକୁଲ ରୟଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିବା ବେଳେ ଶିବମ ମାଭିଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।

ଏହାସହ ୨୧୭ ରନର ସହଜ ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ। ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହି ଟାଇଟଲ ହାସଲ କରିବା ସହ ଇତିହାସ ରଚିଛି ଟିମ ଇଣ୍ଡିଆ । ଚଳିତ ବିଶ୍ୱକପ ପାଇଁ ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ କୋଚ ଭାବେ ନିଯୁକ୍ତି ଦିଆଯାଇଛି । ଭାରତ ଏହି ବିଶ୍ୱକପ ହାସଲ କରିବା ପରେ କ୍ରିକେଟ ପ୍ରଂଶସକ ମହଲରେ ଖୁସିର ଲହରି ଖେଳିଯାଇଛି । ବିଭିନ୍ନ ଆଡୁ ଛୁଟିଛି ଶୁଭେଚ୍ଛାର ସୁଅ ।

ପଢନ୍ତୁ ;

ନୁଆ ଅଫରକୁ ହଁ କରିବା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Related posts

ଚତୁର୍ଥ ଦିନିକିଆ : ରାଇଡୁଙ୍କ ଶତକ, ଭାରତ ୨୨୪ ରନରେ ଜିତିଲା

ENO Beuro

Para Athlete Jayanti Behera’s Next Target Is Dubai Asian Youth Para Games

ENO Beuro

ସମାଲୋଚକଙ୍କୁ କୋହଲିଙ୍କ ଜବାବ: ଅନ୍ୟ ଦେଶକୁ ଭଲ ପାଉଥିବା ବ୍ୟକ୍ତି ଭାରତ ଛାଡନ୍ତୁ

ENO Beuro

1 comment

Leave a Comment